ବ୍ୟାଙ୍କରୁ ମିଳିଲାନି ଋଣ, ଉତକ୍ଷିପ୍ତ ହୋଇ ନିଆଁ ଲଗାଇଦେଲେ ଯୁବକ

ଋଣ ପାଇଁ ଆବେଦନ କରି କରି ଥକିଯାଇଥିଲେ, ବ୍ୟାଙ୍କରୁ ନିରାଶା ମିଳିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଯୁବକ । ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି।

ବ୍ୟାଙ୍କରେ ନିଆଁ ଲଗାଇଦେଲେ ବ୍ୟକ୍ତି

ବେଙ୍ଗାଲୁରୁ: ଋଣ ନମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଲେ ଯୁବକ । କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଅନେକ ଥର ଦୌଡ଼ା ଦୌଡ଼ି କଲା ପରେ ଋଣ ନପାଇବାରୁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି । ହାଭେରୀ ଜିଲ୍ଲାରରେ ଏହି ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ବ୍ୟକ୍ତି ଜଣକ ଋଣ ପାଇଁ ବ୍ୟାଙ୍କରେ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ହିତାହିତ ଜ୍ଞାନ ଭୁଲି ଯାଇଥିଲା । ବାରମ୍ବାର ବ୍ୟାଙ୍କରୁ ନିରାଶାବାଣୀ ଶୁଣିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ନ୍ୟୁଜ୍ ଏଜେନ୍ସି ANI ଅନୁସାରେ ରବିବାର ଦିନ ଘଟଣା ଘଟିଛି । ତେବେ ଅଭିଯୋଗ ପରେ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି ।

କେଉଁ କେଉଁ ଧାରାରେ ମାମଲା ରୁଜୁ ହେଲା ?

ପୋଲିସ ସୂଚନା ଅନୁସାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ କାଗିନେଲି ପୋଲିସ ଷ୍ଟେସନରେ ଭାରତୀୟ ସଂହିତା ୪୩୬, ୪୭୭, ୪୩୫ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହଜରାଟସାବ ମୁଲ୍ଲା । ଅଭିଯୁକ୍ତ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ବ୍ୟାଙ୍କରେ ଅନେକ ଥର ଆବେଦନ ମଧ୍ୟ କରିଥିଲେ । ଋଣ ପାଇଁ ନିୟମିତ ବ୍ୟବଧାନରେ ବ୍ୟାଙ୍କ୍ ଆସୁଥିଲେ । ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏତେ ଥର ଆସିବା ପରେ ଋଣ ନମିଳିବାରୁ ସେ ଉତକ୍ଷିପ୍ତ ହୋଇପଡ଼ିଥିଲେ ।

ରାଗରେ ବ୍ୟାଙ୍କର ଝରକା ଭାଙ୍ଗି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ବ୍ୟାପକ କ୍ଷୟତି ଘଟିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲା । ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଠ ହୋଇଥିବା ପୁଲିସ କହିଛି । ବ୍ୟାଙ୍କରେ ୫ଟି କମ୍ପ୍ୟୁଟର, ଲାଇଟ୍, ପାସବୁକ ପ୍ରିଣ୍ଟର, କ୍ୟାସ ମେସିନ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସିସିଟିଭ ଏବଂ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିବା ସହ ପଚରାଉଚରା କରୁଛି ପୋଲିସ୍ ।