Karnataka HC Says Woman can't allege rape after 6 years of consensual sex
ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏନେଇ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଅଣାଯାଇପାରିବନି। ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି କିଛି ରାୟ ଶୁଣାଇଛନ୍ତି। ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ମହିଳା ଆଣିଥିବା ୨ଟି ଅପରାଧିକ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁସାରେ, ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ସମ୍ପୃକ୍ତ ବ୍ୟକ୍ତି ଦେଇଥିବା ବିବାହ ପ୍ରତିଶ୍ରୁତି ଭୁଲି ଯାଇଥିଲେ। ଏହାପରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଆବେଦନକାରୀ ଓ ଅଭଯୋଗକାରୀ ଉଭୟ ସୋସିଆଲ୍ ମିଡିଆରେ ଦେଖା ସାକ୍ଷାତ ହୋଇଥିଲେ।
ଏହାପରେ ଉଭୟ ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୬ ବର୍ଷ ସହମତି କ୍ରମେ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ କୌଣସି କାରଣରୁ ଏମାନଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା। ଏନେଇ ମହିଳା ଜଣକ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ, ‘ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଯଦି ଏଥିରେ ଘନିଷ୍ଠତା ରହୁ ନାହିଁ, ଏହାର ଅର୍ଥ ନୁହେଁ ଯେ ଏହାକୁ ଦୁଷ୍କର୍ମ କୁହାଯିବ’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1691564592.jpg)