Advertisment

ମଣ୍ଡିରେ ହାଇଭୋଲଟେଜ ଟକ୍କର; କଙ୍ଗନା ବନାମ ବିକ୍ରମାଦିତ୍ୟ

ବିକ୍ରମାଦିତ୍ୟ ସିମଲା ଗ୍ରାମାଞ୍ଚଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ। ତାଙ୍କର ମଣ୍ଡିରେ ଲୋକପ୍ରୀୟତା ଅଛି ବୋଲି କଂଗ୍ରେସର ଶିର୍ଷକ ନେତା ଅନୁଭବ କରିଛନ୍ତି।

Kangana Ranawat vs Vikramaditya Singh

Kangana Ranawat vs Vikramaditya Singh

Advertisment

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହେବ ହାଇଭୋଲଟେଜ ଟକ୍କର। ବିଜେପିର ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କର ହେବ ମୁକାବିଲା। କଂଗ୍ରେସ ବିକ୍ରମାଦିତ୍ୟ ସିଂଙ୍କୁ କଙ୍ଗନା ବିପକ୍ଷରେ ଲଢିବାକୁ ଟିକେଟ ଦେଇଛି। କଙ୍ଗନା ରାଣାୱତ ମଣ୍ଡିର ପ୍ରାର୍ଥୀ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି ବିକ୍ରମାଦିତ୍ୟ। ସେ କଙ୍ଗନାଙ୍କ ବିପକ୍ଷରେ ଠିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

Advertisment

ବିକ୍ରମାଦିତ୍ୟ ସିମଲା ଗ୍ରାମାଞ୍ଚଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ। ତାଙ୍କର ମଣ୍ଡିରେ ଲୋକପ୍ରୀୟତା ଅଛି ବୋଲି କଂଗ୍ରେସର ଶିର୍ଷକ ନେତା ଅନୁଭବ କରିଛନ୍ତି। ସେପଟେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏନେଇ ସଂକେତ ଦେଇଛନ୍ତି। ସେ କହିଛନ୍ତି, 'ଏହା ସୁନିଶ୍ଚିତ ଯେ, ମଣ୍ଡି ଆସନରୁ ଆମକୁ ଜଣେ ଯୁବ ନେତା ମିଳିବ'। 

ଅନ୍ୟପଟେ କଙ୍ଗନା କ’ଣ କରୁଛନ୍ତି କିମ୍ବା କ’ଣ କହୁଛନ୍ତି, ସେଥିପ୍ରତି ଆମେ ଗୁରୁତ୍ୱ ଦେଉନାହୁଁ। ମଣ୍ଡିର ଲୋକମାନେ ସର୍ବଦା ଆମ ସହିତ ଅଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ମୁଁ ଏହି ଆସନ ଜିତିଛି। ବିକ୍ରିମାଦିତ୍ୟ ଜଣେ ଟାଣୁଣା ପ୍ରାର୍ଥୀ ବୋଲି କହିଛନ୍ତି ପ୍ରତିଭା ସିଂହ। ବର୍ତ୍ତମାନ ମଣ୍ଡି ଆସନରୁ ପ୍ରତିଭା ସିଂହ ସାଂସଦ ଅଛନ୍ତି। ପୂର୍ବରୁ ହିଁ ସେ ନିର୍ବାଚନୀ ରେସ୍‌ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ଯଦି ବିକ୍ରମଦିତ୍ୟ ସିଂହଙ୍କୁ ମାଣ୍ଡିରୁ ପ୍ରାର୍ଥୀ କରାଯାଏ, ତେବେ ଏହା କଂଗ୍ରେସ ମଧ୍ୟରେ ଚାଲିଥିବା ମତଭେଦକୁ ଦୂର କରିବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି।

Advertisment
Himachal Pradesh Elections Kangana Ranaut General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ