Advertisment

ସାରା ବିଶ୍ୱରେ ଚର୍ଚ୍ଚିତ ହେଲାଣି କାଚା ବାଦାମ ଗୀତ, ହେଲେ ଗୀତିକାର ଭୁବନଙ୍କୁ ମିଳୁନି ଟଙ୍କା ଟିଏ

ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟ୍ୟୁନ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...

ଅଦ୍ୟତନ ହୋଇଛି
song

song

Advertisment

ମୋବାଇଲ ରିଂ ଟ୍ୟୁନ ହେଉ କି ହଲୋ ଟ୍ୟୁନ। ସବୁଠି ‘କାଚା ବାଦାମ୍’। ଗୀତକୁ କିଏ ବୁଝୁ କି ନ ବୁଝୁ, ଗୀତର ତାଳେ ତାଳେ ଅଣ୍ଟା ହଲେଇ ନାଚୁଛନ୍ତି ସମସ୍ତେ। ପିଲା ହୁଅନ୍ତୁ କି ବୁଢା ସଭିଁଏ ନାଚୁଛନ୍ତି। ରିଲ ଆଉ ସର୍ଟସ୍ ବନେଇ ଛାଡୁଛନ୍ତୁ ଆଜିର ଯୁବପିଢି। ଯାହାକୁ ଦେଖି ସଭିଁଏ ବାଇଆ।

Advertisment

ଫେସବୁକଠାରୁ ଆରମ୍ଭ କରି ୟୁଟ୍ୟୁବ କାଚା ବାଦାମ୍’ ଗୀତର ରିଲ୍ ଓ ସର୍ଟସ୍ ବହୁଳ ଭାବେ ଭାଇରାଲ୍ ହୋଇ ଚାଲିଛି। ୟୁଟ୍ୟୁବରେ ଏହି ଗୀତର ବିଭିନ୍ନ ସଂସ୍କରଣକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ। କେବଳ ଦେଶର ଲୋକମାନେ ନୁହନ୍ତି, ବିଦେଶର ଲୋକମାନେ ମଧ୍ୟ ‘କାଚା ବାଦାମ୍’ ଗୀତରେ ରିଲ୍ ବନାଉଛନ୍ତି।

ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ କାଚା ବାଦାମ ଗୀତଟି ରେକର୍ଡ କରୁଥିଲେ ମଧ୍ୟ ଭୁବନ ବାଦ୍ୟକରଙ୍କ ହାତ ଖାଲି ପଡିଛି। ‘ଗୋଧୂଳି ବେଳା ମ୍ୟୁଜିକ’ ଭୁବନଙ୍କୁ ନେଇ କାଚା ବାଦାମ ଗୀତ ରେକଡିଂ କରି ଭିଡିଓ ବନାଇ ନିଜ ୟୁଟ୍ୟବ୍ ଚ୍ୟାନେଲରେ ଅପଲୋଡ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭୁବନଙ୍କୁ ଟଙ୍କାଟିଏ ଦେଇନାହିଁ।

Advertisment

ଭୁବନଙ୍କ କହିବା କଥା, ବାଦାମ ବିକିବା ସମୟରେ ମୁଁ ଗାଉଥିବା ଗୀତଟି ଭାଇରାଲ ହୋଇଥିଲା। ଏହା ପରେ ମୋତେ ଷ୍ଟୁଡିଓରେ ଗୀତ ଗାଇବାକୁ ଅଫର ଦେଇଥିଲା ‘ଗୋଧୂଳି ବେଳା ମ୍ୟୁଜିକ’। ଏ ଅଫରକୁ ହାତ ଛଡା ନ କରି ମୁଁ ଷ୍ଟୁଡିଓକୁ ଯାଇ ଗୀତ ଗାଇଥିଲି। ହେଲେ ଗୀତ ରିଲିଜ ‌ହୋଇ ୟୁଟ୍ୟବ୍ ଚ୍ୟାନେଲରେ ଅପଲୋଡ ହୋଇଥି‌ଲେ ବି ମୋତେ ଟଙ୍କା ମିଳିନାହିଁ। ଅଫର ଦେବା ବେଳେ ଗୀତରୁ ହେବାକୁ ଥିବା ଆୟର ୬୦-୪୦ ପ୍ରତିଶତ ମୋତେ ମିଳିବ ବୋଲି କୁହାଯାଇଥିଲା।

ଆଜି ପର୍ଯ୍ୟନ୍ତ କିଛି ଟଙ୍କା ମୋତେ ମିଳି ନାହିଁ ବୋଲି କହିଛନ୍ତି ଭୁବନ ବାଦ୍ୟକର। ଅନେକ ମୋତେ ପାଞ୍ଚ ଶହରୁ ତିନି ହଜାର ପର୍ଯ୍ୟନ୍ତ ଦେଇ ମୋ ଗୀତ ରେକର୍ଡ କରିନ୍ତି। ହେଲେ ଗୀତ ରିଲିଜ୍ ପରେ ମୋର ଟଙ୍କାଟିଏ ଦିଅନ୍ତି ନାହିଁ ବୋଲି କହନ୍ତି ଭୁବନ। ଆଗ ଭଳି ଆଜି ବି ରାତି ପାହିଲେ ପରିବାର ଚଳାଇବା ପାଇଁ ଗାଁ ଗାଁ ବୁଲି ସାଇକେଲରେ ବାଦାମ ବିକିବାକୁ ଭୁବନ। ଦିନକୁ ଯେତିକି ଟଙ୍କା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି। ତାଙ୍କର କାଚା ବାଦାମ ସ୍ଵରଟି ସାରା ଦୁନିଆରେ ପହଞ୍ଚି ଥିଲେ ମଧ୍ୟ ତାଙ୍କ ଆର୍ଥିକ ସ୍ଥିତିରେ କିଛି ବି ସୁଧୁରି ଆସିନି।

Advertisment

ଗତ ଡିସେମ୍ବର ୨୬ ତାରିଖରେ ‘ଗୋଧୂଳି ବେଳା ମ୍ୟୁଜିକ’ ୟୁଟ୍ୟବ୍ ଚ୍ୟାନେଲରେ କାଚା ବାଦାମ ଗୀତଟି ଅପଲୋଡ୍ କରାଯାଇଛି। ଯାହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହା ବ୍ୟତୀତ ଭୁବନଙ୍କ ଗୀତର ରିଲଗୁଡିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ଏମିତିକି ଏବେ କାଚା ବାଦାମ୍ ଡ୍ୟାନ୍ସ ଚ୍ୟାଲେଞ୍ଜ୍ ମଧ୍ୟ ଆରମ୍ଭ ହୋଇଯାଇଛି।

Special Story Bhuvan Badyakar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ