Advertisment

କଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକର ଦୁର୍ଘଟଣାରେ ଗୁରୁତର

ସେକେଣ୍ଡ ହ୍ୟାଣ୍ଡ୍‌ କାର କିଣି ଶିଖୁଥିଲେ କଚ୍ଚା ବାଦାମର ଗାୟକ ଭୁବନ ବାଦ୍ୟକର। ଚଲାଇବା ବେଳେ କାର ହେଲା ଦୁର୍ଘଟଣା। ଛାତିରେ ଆଘାତ ଲାଗିଥିବାରୁ ମେଡିକାଲରେ ଭୁବନ...

ଅଦ୍ୟତନ ହୋଇଛି
Bhuban Badyakar

Bhuban Badyakar

Advertisment

 ଦୁର୍ଘଟଣାର ଶିକାର ହେଲେ 'କାଚା ବାଦାମ' ଗୀତିକାର ଭୁବନ ବାଦ୍ୟକର। ପଶ୍ଚିମବଙ୍ଗର ବୀରଭୂମରେ ତାଙ୍କ କାର ଦୁର୍ଘଟଣା ହୋଇଛି। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ତାଙ୍କ ଫ୍ୟାନମାନେ ଭୁବନଙ୍କ ଆରୋଗ୍ୟ କାମନା କରୁଛନ୍ତି ।

Advertisment

‘କାଚା ବାଦାମ’ ଫେମ୍‌ ଭୁବନ ବାଦ୍ୟକର ନିକଟରେ ଏକ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିଥିଲେ । ସେହି କାରଟିକୁ ନେଇ ଭୁବନ ଡାଇଭିଂ ଶିଖିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଗାଁ ଗାଁରେ ବୁଲି ବାଦାମ ବିକିବା ବେଳେ କାଚା ବାଦାମ ଗୀତ ଗାଉଥିଲେ ଭୁବନ । ତାଙ୍କ ଗୀତଟିକୁ ଗାଇବା ବେଳର ଭିଡିଓକୁ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଦେଖୁ ଦେଖୁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ତାଙ୍କ ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ରିଲ୍ସ ବନାଇବା ଆରମ୍ଭ କରିଥିଲେ । ପରେ ଏହି ଗୀତର ରିମିକ୍ସ ତିଆରି ହୋଇଥିଲା ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ