Advertisment

ବିଧାୟକଙ୍କ ପରେ ଶିବସେନାର ୧୨ ସାଂସଦଙ୍କୁ Y+ ସୁରକ୍ଷା

ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।

ଅଦ୍ୟତନ ହୋଇଛି
Special story

Special story

Advertisment

ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି। ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଶିବସେନାର ସାଂସଦଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା କରାଯାଉଛି।

Advertisment

ଶିବସେନା ବିଧାୟକଙ୍କ ପରେ ଏବେ ସାଂସଦଙ୍କର ପାଳି ପଡିଛି । ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା । ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ଏମାନଙ୍କୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

୧୨ ଜଣ ସାଂସଦଙ୍କ ମୁତାବକ, ଦଳର ମୁଖ୍ୟ ସଚେତକ ହେଉଛନ୍ତି ଭବାନା ଗାୱଲି କାରଣ ରାଜନ ବିଚାରେଙ୍କୁ ମୁଖ୍ୟ ସଚେତକ ଭାବେ ବଦଳାଇବା ଆବେଦନ ଉପରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ସେପଟେ, ନିର୍ବାଚନ କମିଶନ ଶିବସେନାର ନିର୍ବାଚନ ପ୍ରତୀକ ଧନୁତୀର ଉପରେ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ।

Advertisment

ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ଶିବସେନା ସୋମବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ଆବେଦନ କରିଥିଲେ ଯେ, ବିନୟ ରାଉତଙ୍କୁ ତାଙ୍କ ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି। ଦଳ ତାଙ୍କୁ ଦଳରୁ ଦୂରେଇ ଯାଇଥିବା କୌଣସି ପ୍ରତିନିଧିତ୍ୱକୁ ବିଚାର ନକରିବାକୁ ଅନୁରୋଧ କରିଛି। ସେପଟେ ଶିବସେନା ସଂସଦୀୟ ଦଳର ନେତା ସଞ୍ଜୟ ରାଉତ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ରାଜନଙ୍କୁ ମୁଖ୍ୟ ସଚେତକ କରିବାକୁ ସ୍ପଷ୍ଟ କରାଯାଇଛି।

ଏହାରି ଭିତରେ ଶୁଣିବାକୁ ମିଳିଛି ଯେ, ଉଦ୍ଧବଙ୍କ ଗୋଷ୍ଠୀ ଭାଙ୍ଗିବାକୁ ଯାଉଛି । ଦଳର ୧୯ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦ ବିଜେପିକୁ ଆଡକୁ ଢ଼ଳିଛନ୍ତି। ଗତକାଲି ଏହି ୧୨ ଜଣ ସାଂସଦଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅନ୍‌ଲାଇନ୍‌ରେ ବୈଠକ ମଧ୍ୟ କରିଛନ୍ତି । ଏହି ୧୨ ସାଂସଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment
Udhav Thackrey Maharashtra Politics Y+ Security
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ