Advertisment

ସାର୍ଟ ପିନ୍ଧିନଥିବାରୁ ପୋଲିସ କନେଷ୍ଟବଳଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ମୋବାଇଲ ଭାଙ୍ଗି ଦେଲେ ବିଜେପି ନେତ୍ରୀଙ୍କ ଝିଅ

ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?

ଅଦ୍ୟତନ ହୋଇଛି
ସାର୍ଟ ପିନ୍ଧିନଥିବାରୁ ପୋଲିସ କନେଷ୍ଟବଳଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ମୋବାଇଲ ଭାଙ୍ଗି ଦେଲେ ବିଜେପି ନେତ୍ରୀଙ୍କ ଝିଅ

Jhansi Police case

Advertisment

ଝାନ୍ସି: ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ? ଏମିତି ଅନେକ ଅସୀମିତ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚିତ। ତେବେ ଘଟଣାଟି ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି। ସ୍ଥାନୀୟ ପ୍ରେମନଗର ଅଂଚଳରେ ଜଣେ ବିଜେପି ନେତ୍ରୀଙ୍କ ଘରେ ଡ୍ୟୁଟିରେ ଅଛନ୍ତି ପୋଲିସ କନେଷ୍ଟବଳ ସୁଶୀଲ ଶ୍ରୀବାସ୍ତବ ।

Advertisment

ସବୁଦିନ ପରି ସୁଶୀଲ ଡ୍ୟୁଟି କରୁଥିବା ବେଳେ ସମ୍ପୃକ୍ତ ବିଜେପି ନେତ୍ରୀଙ୍କ ଝିଅ ଗେଟ୍‌ରେ ପହଞ୍ଚିଥିଲେ। ପ୍ରବଳ ଗରମ୍‌ ହେଉଥିବାରୁ ସୁଶୀଲ ସାର୍ଟ ଖୋଲି ବସିଥିଲେ। ଆଉ ହଠାତ୍‌ ସେ ଆସିଯିବାରୁ ସେହି ଅବସ୍ଥାରେ ସେ ଗେଟ୍‌ ଖୋଲିଥିଲେ। ଆଉ ଏହାକୁ ଦେଖି ନେତ୍ରୀଙ୍କ ଝିଅ ରାଗ ପଞ୍ଚମ ହୋଇଯାଇଥିଲା। ସାଙ୍ଗରେ ତାଙ୍କର ପୁତୁରା ଥିବା ଜଣା ପଡ଼ିଛି। ଆଉ ଗେଟ୍‌ ଖେଲିବା ପରେ ସେ ଗାଡ଼ିରୁ ଓହ୍ଲାଇ ମନଇଚ୍ଛା କାର୍ଯ୍ୟରତ କନେଷ୍ଟବଳଙ୍କୁ ଗାଳି ଦେଇଥିବା ସହ ତାଙ୍କ ମୋବାଇଲକୁ ଭାଙ୍ଗି ଦେଇଛନ୍ତି। ଏହାର ପ୍ରତିବାଦ କରିବାକୁ ଅଶ୍ଳୀଳ ଭାଷା କହିଥିବା କନେଷ୍ଟବଳ ଜଣକ କହିଛନ୍ତି। ତେବେ ଏତେ ଜୋର୍‌ରେ କାହିଁକି ପାଟି କରୁଛନ୍ତି? ମୁଁ ଡ୍ରେସ୍‌ ପିନ୍ଧି ଦେଉଛି ବୋଲି ସେ କହିବା ପରେ ବି ସମ୍ପକ୍ତ ଯୁବତୀ ଜଣକ ଚୁପ୍‌ ହୋଇନଥିଲେ ବରଂ ଅଧିକ ରାଗି ଯାଇଥିଲେ। ଏନେଇ ସ୍ଥାନୀୟ SSPଙ୍କ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି କନେଷ୍ଟବଳ ସୁଶୀଲ ଶ୍ରୀବାସ୍ତବ ।

Advertisment

ଅଭିଯୋଗ ଅନୁସାରେ, ୧୯ ଜୁଲାଇ ୨୦୨୧ ରେ ତାଙ୍କ ଡ୍ୟୁଟି ଜଣେ ବିଜେପି ନେତାଙ୍କ ଘରେ ରହିଥିଲା। ଡ୍ୟୁଟି କରିବା ପାଇଁ ସେ ସନ୍ଧ୍ୟାରେ ତାଙ୍କ ଘରେ ପହଞ୍ଚିଥିଲେ। ଡ୍ୟୁଟି ସମୟରେ ଅଧିକ ଗରମ ହେବାରୁ ସେ ସାର୍ଟକୁ ଖୋଲିଦେଇଥିଲେ। ଆଉ ଏହି ସମୟରେ ସେହି ବିଜେପି ନେତ୍ରୀଙ୍କ ଝିଅ ଗାଡ଼ିରେ ନିଜ ପୁତୁରାଙ୍କ ସହ ପହଞ୍ଚିଥିଲେ। ଆଉ ସାର୍ଟ ପିନ୍ଧିନଥିବା କାରଣରୁ ଗାଳିଗୁଲଜ କରିଥିଲେ ଓ ମୋବାଇଲ୍‌ ଭାଙ୍ଗି ଦେଇଥିଲେ। ତେବେ ଏସଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି SSP କହିଛନ୍ତି।

India BJP JhansI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ