Advertisment

କଥାବାର୍ତ୍ତା ନ ହେବାରୁ ପ୍ରେମିକାକୁ ହତ୍ୟା କରି ଆତ୍ମସମର୍ପଣ କଲେ ଯୁବକ

କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍‌ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ।

ଅଦ୍ୟତନ ହୋଇଛି
jhalawar-crime-news-if-girl-did-not-talk-then-mad-lover-killed-her-murder-surrender-police

jhalawar-crime-news-if-girl-did-not-talk-then-mad-lover-killed-her-murder-surrender-police

Advertisment

ଜୟପୁର: କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍‌ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ। ଯାହାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବାର ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସୂଚନାନୁସାରେ, ଯୁବକ ଜଣକ ପ୍ରେମ କରିବା ପେର ସେମାନଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା । ହେଲେ ପରେ ଝିଅର ପରିବାର ଲୋକଙ୍କ ବୁଝାଇବା ପରେ ଝିଅଟି ଯୁବକଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲା । ଯାହା ପରେ ପରିବାର ଲୋକେ ଝିଅଟିର ବାହାଘଟର ଅନ୍ୟ ଜଣଙ୍କ ସହିତ ସ୍ଥିର କରିଦେଲେ । ଆଜି ଝିଅଟି କ୍ଷେତକୁ ସୋୟାବିନ୍‌ ନେବାକୁ ଯାଉଥିବା ବେଳେ ସେହି ସମୟର ଫାଇଦା ଉଠାଇ ସେହି ସ୍ଥାନରେ ଜୁବେର ପହଞ୍ଚି ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉକ୍ତ ଝିଅ ରକ୍ତାତ ଅବସ୍ଥାରେ ସେଠାରେ ପଡିରହିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିଡାୱା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ

ଏହି ଘଟଣା ପରେ ଅଭିଯୁକ୍ତ ଜୁବାଇର ଖାନ ପିଡାୱା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଯାହା କାରଣରୁ ପିଡାୱା ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିବାବେଳେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି କରିଛି । ଘଟଣା ପରେ ଏହି ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଞ୍ଚଳରେ ସାମାଜିକ ବିରୋଧୀ କାର୍ଯ୍ୟକଳାପ ଉପରେ ପୋଲିସ୍‌ ତାର କଡା ନଜର ରଖିଛି ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ