Advertisment

ଉପତ୍ୟାକାରେ ଆକ୍ସନ ମୋଡରେ ସେନା, ଆତଙ୍କବାଦୀ ନିପାତ ଅଭିଯାନ ଜୋରଦାର

ଜାମ୍ମୁ ଓ କାଶ୍ମୀରର ଡୋଡାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଡୋଡା ପୋଲିସ ପକ୍ଷରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଅଦ୍ୟତନ ହୋଇଛି
Terrorists Attacks

Terrorists Attacks

Advertisment

ଜାମ୍ମୁ ଓ କାଶ୍ମୀରର ଡୋଡାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଡୋଡା ପୋଲିସ ପକ୍ଷରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହା ସହ ଡୋଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଲୁଥିବା ପୋଲିସ ସନ୍ଦେହ କରୁଛି ।

Advertisment

ଏଣୁ ଜାରି କରାଯାଇଥିବା ସ୍କେଚ୍ ଅନୁସାରେ ଯଦି କୌଣସି ଆତଙ୍କବାଦୀଙ୍କ ପରିଚୟ ମିଳେ ତେବେ ପୋଲିସକୁ ଜଣାଇବା ପାଇଁ ଅପିଲ୍ କରାଯାଇଛି । କିଛି ଦିନ ତଳେ ଡୋଡାର ଦେଶା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସେନାର ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ କ୍ୟାପଟେନ୍ ବ୍ରିଜେଶ୍ ଥାପ୍ପା, ନାଏକ ଡି.ରାଜେଶ, ସିପାହୀ ବିଜେନ୍ଦ୍ର ଏବଂ ଅଜୟଙ୍କ ସହ ହୋଇଥିଲା ।

ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଛାୟା ଗୋଷ୍ଠୀ 'କାଶ୍ମୀର ଟାଇଗର୍ସ' । ସେପଟେ ଆକ୍ସନ ମୋଡରେ ସେନା । ଗତ ସପ୍ତାହେ ଧରି ରାଜୌରୀ, କୁପୱାରା, ଡୋଡା ଭଳି ଅଞ୍ଚଳରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ ସ୍ଥିତି ପରେ ଆତଙ୍କବାଦୀ ନିପାତ ଅଭିଯାନକୁ ଜୋରଦାର କରିଛି ସୁରକ୍ଷା ବଳ ।

Advertisment

ଏଥିପାଇଁ ଓଡ଼ିଶାରୁ ଜାମ୍ମୁକାଶ୍ମୀର ଯିବେ BSF ଯବାନ । କୋରାପୁଟ ଓ ମାଲକାନଗିରିରେ ନିୟୋଜିତ ଥିବା ୨ ହଜାର ଯବାନ ଉପତ୍ୟକାକୁ ଡ୍ୟୁଟିକୁ ଯିବେ । ଭାରତ-ପାକିସ୍ତାନ ସୀମାରେ ଏମାନଙ୍କୁ ନିୟୋଜିତ କରାଯିବ । ଗଲା କିଛି ଦିନ ଧରି ଉପତ୍ୟକାରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଣ୍ଟି ନକ୍ସଲ ଅପରେସନ୍‌ରେ ନିୟୋଜିତ ଥିବା ଯବାନଙ୍କୁ ତୁରନ୍ତ କାଶ୍ମୀର ନିଆଯିବ ।

Attack Terrorists J&K; Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ