ଇସ୍ତଫା ଦେଲେ ଓଡ଼ିଆ ଆଇପିଏସ୍‌ ଅଫିସର ବସନ୍ତ ରଥ : ରାଜନୀତିରେ ମାରିବେ ଏଣ୍ଟ୍ରି

ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ବସନ୍ତ ରଥ

ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ବସନ୍ତ ରଥ

ରାଜନୀତିରେ ଧମାକା କରିବେ କି ନିଲମ୍ବିତ ଓଡ଼ିଆ ଆଇପିଏସ୍‌ ଅଫିସର ? ପୋଲିସ ଚାକିରିରେ ବିଶେଷ କିଛି ପାରଙ୍ଗମତା ଦେଖାଇ ପାରିନଥିବା ବସନ୍ତ ରଥ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେ ଏଥିପାଇଁ ଚାକିରିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ସେ ବିଜେପିରେ ମିଶିବେ ବୋଲି କଳ୍ପନାଜଳ୍ପନା ହେଉଛି ।

ରାଜନୀତି ଏକ ମହାନ୍ ପେସା ବୋଲି ଇସ୍ତଫ ପତ୍ରରେ ବସନ୍ତ ରଥ ଲେଖିଛନ୍ତି । ଆସନ୍ତା ମାସରେ ତାଙ୍କ ନିଲମ୍ବନର ଦୁଇ ବର୍ଷ ପୂରିବ । ଜମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେତାଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଲେଖିଛନ୍ତି, “ମୁଁ ନିର୍ବାଚନ ରାଜନୀତିରେ ଭାଗ ନେବାକୁ ଭାରତୀୟ ପୋଲିସ ସେବାରୁ ଅବସର ଗ୍ରହଣ କରୁଛି ।

ଆଇପିଏସ୍ ବେସନ୍ତ ରଥ ଜାମ୍ମୁ କାଶ୍ମୀରରେ ପୋଲିସ୍‌ ମହାନିର୍ଦ୍ଦେଶକ ଭାବେ ଭାବରେ ମୁତୟନ ଥିଲେ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ଅଧ୍ୟୟନ ସମାପ୍ତ କରିଛନ୍ତି । । ବସନ୍ତ ରଥ ଜଣେ ୨୦୦୦ କ୍ୟାଡର ଆଇପିଏସ୍ ଅଧିକାରୀ ଏବଂ ତାଙ୍କର ପ୍ରଥମ ୨୦୦୨ରେ ପୁଞ୍ଚ ଜିଲ୍ଲାର ମାଣ୍ଡିରେ ତାଙ୍କର ପୋଷ୍ଟିଂ ହୋଇଥିଲା । ତେବେ ସୋସିଆଲ ମିଡିଆରେ ବହି ବାଣ୍ଟନ ପାଇଁ ବସନ୍ତ ରଥ ବେଶ ପ୍ରସିଦ୍ଧ ।   IIT JEE ପ୍ରସ୍ତୁତି କରୁଥିବା ଗରିବ ଛାତ୍ରମାନଙ୍କୁ ବହି ବାଣ୍ଟନ୍ତି । ଅସହାୟ ପିଲାଙ୍କୁ ବହି ବଣ୍ଟନ ବାଣ୍ଟୁଥିବାରୁ ସେ ବୁକ୍‌ ବାବା ନାମରେ ମଧ୍ୟ ଜଣାଶୁଣା ।

ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ ବସନ୍ତ ରଥ ଏକ ଟୁଇଟ୍ କରିଥିଲେ ,ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବସନ୍ତ ରଥ ତାଙ୍କ ଟୁଇଟରେ ଲେଖିଛନ୍ତି, “ଯଦି ମୁଁ କୌଣସି ରାଜନୈକ ଦଳରେ ଯୋଗ ଦିଏ, ତେବେ ତାହା ବିଜେପି ହେବ । ଏହାସହ କାଶ୍ମୀରରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ମାର୍ଚ୍ଚ ୬, ୨୦୨୪ ପୂର୍ବରୁ ରାଜନୀତିରେ ଏଣ୍ଟ୍ରିମାରିବେ ବୋଲି କହିଛନ୍ତି । ବସନ୍ତ ରଥଙ୍କ ଏହି ଟ୍ୱିଟରୁ ସ୍ପଷ୍ଟ ହେଉଇଛି, ସେ ବିଜେପିରେ ଯୋଗଦେଇପାରନ୍ତି । 

ସୂଚନାଯୋଗ୍ୟ ୨୦୨୦ରେ ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଥିଲା ।