Advertisment

ପାଗଳାମୀ ! ୧୦ ହଜାର ଟଙ୍କା ଖର୍ଚ୍ଚ କରି କରୋନା ଆକ୍ରାନ୍ତଙ୍କ ସହ ଡିନର ପାର୍ଟି

କିଛି ଲୋକେ ଭ୍ୟାକ୍‌ସିନ୍‌ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଜାଣିଶୁଣି କରୋନା ପଜିଟିଭ୍‌ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ଡିନର୍‌ ଓ ୱାଇନ୍‌ ପାର୍ଟି କରୁଛନ୍ତି।

ଅଦ୍ୟତନ ହୋଇଛି
Covid Party

Covid Party

Advertisment

ସାରା ବିଶ୍ୱରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି। ଓମିକ୍ରନ୍‌(Omicron) ଭାରିଆଣ୍ଟ୍‌ ଯୋଗୁ କରୋନା କେସ୍‌ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଭ୍ୟାକ୍‌ସିନ୍‌(COVID-19 Vaccine) ନେବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ଭ୍ୟାକ୍‌ସିନ୍‌ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଆଉ ଜାଣିଶୁଣି କରୋନା ପଜିଟିଭ୍‌ (Corona Positive) ହେଉଛନ୍ତି। ଫଳରେ ଭ୍ୟାକ୍‌ସିନ୍‌ ନେବାକୁ ଆଉ ପଡ଼ିବ ନାହିଁ। ଏଭଳି କିଛି ପାଗଳାମି ଓ ଅଜବ ଘଟଣା ଇଟାଲିରେ ଦେଖିବାକୁ ମିଳିଛି।

Advertisment

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ଟିକାକରଣରୁ ବର୍ତ୍ତିବା ପାଇଁ ଲୋକମାନେ ଏଭଳି ଅଜବ କୌଶଳ ଆପଣାଉଛନ୍ତି। ଆସନ୍ତା ଫେବୃଆରୀ ୧ରୁ ଇଟାଲିରେ ୫୦ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କ ପାଇଁ ଟିକା ନେବା ଅନିବାର୍ଯ୍ୟ। ଯେଉଁମାନେ ଟିକା ନେଇ ନଥିବେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଫାଇନ୍‌ କାଟିବେ। ଏପରିକି ଚାକିରି ମଧ୍ୟ ଚାଲି ଯାଇପାରେ। ଏସବୁ ସତ୍ତ୍ୱେ ମଧ୍ୟ କିଛି ଲୋକ ଭ୍ୟାକ୍‌ସିନ୍‌ ନନେବା ପାଇଁ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏଥିପାଇଁ ସେମାନେ ଜାଣିଶୁଣି କୋଭିଡ୍‌ ଆକ୍ରାନ୍ତଙ୍କ ସହ ମିଳାମିଶା କରୁଛନ୍ତି ଓ ସଂକ୍ରମିତଙ୍କ ସହ ଡିନର୍‌ ଓ ୱାଇନ୍‌ ପାର୍ଟି କରୁଛନ୍ତି। ଫଳରେ ସେମାନଙ୍କ ସଂସ୍ପର୍ଶରେ ଆସି କୋଭିଡ୍‌ ପଜିଟିଭ୍‌ ହେବେ ଓ ଭ୍ୟାକ୍‌ସିନ୍‌ ନେବାକୁ ଆଉ ପଡ଼ିବ ନାହିଁ। ଏଠାରେ ଆମେ କହି ରଖୁଛୁ ଯେ, ଯେଉଁମାନେ କରୋନା ସଂକ୍ରମିତ ହୋଇଥିବେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଟିକାକରଣ କରାଯାଇନଥାଏ।  

ଇଟାଲିର Tuscanyରେ ଏକ କୋଭିଡ୍‌ ପାର୍ଟିର ଖୁଲାସା ହୋଇଛି। ଯେଉଁଠି ଜଣେ କରୋନା ଆକ୍ରାନ୍ତଙ୍କ ସହ ଲୋକେ ଡିନର୍‌ ଓ ୱାଇନ୍‌ ପାର୍ଟି କରୁଥିବା ଜଣାପଡ଼ିଥିଲା। ଏଥିରେ ସାମିଲ ହେବା ପାଇଁ  ୧୦ ହଜାରରୁ ଅଧିକ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିଲା। ଏଭଳି ଭାବେ ଜାଣିଶୁଣି କରୋନା ସଂକ୍ରମିତ ହେବା ପାଇଁ ଲୋକମାନେ କୋଭିଡ୍‌ ପାର୍ଟିର ତଲାସ କରୁଛନ୍ତି। ଇଟାଲିରେ କୋଭିଡ୍‌ ପାର୍ଟି ଘଟଣା ପ୍ରଥମଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। 

Advertisment
COVID19 Covid Positive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ