ସଂପତ୍ତି ନୁହେଁ, ମା’ର ସେବା ପାଇଁ ବଡ଼ ହୃଦୟ ଦରକାର: ସୁପ୍ରିମକୋର୍ଟ

ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।

ସଂପତ୍ତି ନୁହେଁ, ମା’ର ସେବା ପାଇଁ ବଡ଼ ହୃଦୟ ଥିବା ଦରକାର: ସୁପ୍ରିମକୋର୍ଟ

ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।

ମାଆଙ୍କ ସେବା ନ କରିବା ସହ ତାଙ୍କ ସମ୍ପତ୍ତି ବିକ୍ରି ପାଇଁ ପୁଅ ଉଦ୍ୟମ କରୁଥିବା ଅଭିଯୋଗ କରି ୯୦ ବର୍ଷୀୟ ବୈଦେହୀ ସିଂହଙ୍କ ଦୁଇ ଝିଅ ପୁଷ୍ପା ତିଓ୍ୱାରି ଓ ଗାୟତ୍ରୀ ସୁପ୍ରିମ କୋର୍ଟରେ ଏକ ମାମଲା କରିଥିଲେ ।

ସୂଚନା ଅନୁସାରେ, ମାଆ ବୈଦେହୀ ଡିମନେସିଆ ରୋଗରେ ପୀଡ଼ିତ ଥିଲେ ବି ତାଙ୍କ ପୁଅ କ୍ରିଷ୍ଣ କୁମାର ସିଂହ ଉପଯୁକ୍ତ ଚିକିତ୍ସା କରୁନଥିବା ଅଭିଯୋଗ ହୋଇଥିଲା । ମାଆ ବୈଦେହୀଙ୍କ ଚିକିତ୍ସା ୨୦୧୯ ରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ କରାଯାଉଥିଲା । ହେଲେ କରୋନା ପରଠାରୁ ତାଙ୍କର କିଛି ଖୋଜ ଖବର ନ ଥିଲା । ଯାହାର କିଛି ଦିନ ପରେ ସେ ଜାଣିବାକୁ ପାଇଥିଲେ ପୁଅ କ୍ରିଷ୍ଣ କୁମାର ମାଆଙ୍କୁ ବିହାରର ମୁଜାଫରପୁରରେ ରଖିଥିଲେ ।

ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ମାଆର ସେବାଯତ୍ନ ପାଇଁ ଧନ ନୁହେଁ ବରଂ ନିର୍ମଳ ମନ ଦରକାର । ଏହାସହ ବୈଦେହୀଙ୍କ ସଂପତ୍ତି ବିକ୍ରି ଉପରେ ରୋକ ଲଗାଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ପୁଣିଥରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।