Advertisment

ଯୁବ ଇଞ୍ଜିନିୟରଙ୍କ ମହାନତା: ଫୁଟପାଥରେ ପିଲାଙ୍କୁ ପଢାଉଛନ୍ତି ପାଠ

ରାସ୍ତା କଡ଼ରେ ପିଲାଙ୍କୁ ପାଠ ପଢାଯାଉଛି । ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ୯୫ରୁ ୧୦୦ ଜଣ ପିଲା...

ଅଦ୍ୟତନ ହୋଇଛି
Inspiring! This Gujarat civil engineer runs free classes on footpath for underprivileged kids

Inspiring! This Gujarat civil engineer runs free classes on footpath for underprivileged kids

Advertisment

ଫୁଟ୍‌ପାଥ୍‌ରେ ଚାଲିଛି ପିଲାଙ୍କ ଭବିଷ୍ୟତର ପ୍ରସ୍ତୁତି । ରାସ୍ତା କଡ଼ରେ ବସି ପାଠ ପଢୁଛନ୍ତି ପାଖାପାଖି ୧୦୦ ପିଲା । ହେଉଛି ଗୁଜୁରାଟ୍ ଭଦୋଦରା ସହର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । କେଜିରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିଯର ନିକୁଞ୍ଜ ତ୍ରିବେଦୀ ।

Advertisment

ରାସ୍ତାରେ ପାଠ ପଢ଼ୁପଥିବା ପିଲାଙ୍କ ମଧ୍ୟରୁ କିଛି ପିଲା ସରକାରୀ ସ୍କୁଲର ହୋଇଥିବାବେଳେ ଆଉ କିଛି ପ୍ରାଇଭେଟ୍ ସ୍କୁଲରେ ପାଠ ପଢନ୍ତି କିନ୍ତୁ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଏମାନେ ଟ୍ୟୁସନ୍ ଯାଇପାରୁନାହାଁନ୍ତି । ତେଣୁ ଏମିତି ଗରିବ ପିଲାଙ୍କୁ ଏକାଠି କରି ମାଗଣା ଶିକ୍ଷାଦାନ କରୁଛନ୍ତି ନିକୁଞ୍ଜ ।

ଏନେଇ ଯୁବ ଇଂଜିନିୟର ନିକୁଞ୍ଜ ତ୍ରିବେଦୀ କହିଛନ୍ତି ଯେ, ‘ମୁଁ ପ୍ରଫେସନାଲ୍ ସିଭିଲ୍‌ ଇଞ୍ଜିନିୟର । ଗତ ୮ ମାସରୁ ଏଠାରେ ଏହିପରି ଭାବରେ ପାଠପଢ଼ାଯାଉଛି । ଏହା ପୂର୍ବରୁ ଗତ ୪ ବର୍ଷ ଧରି ନିକଟସ୍ଥ ମନ୍ଦିରରେ ଆମେ ମାଗଣାରେ ଶିକ୍ଷାଦାନ ପ୍ରଦାନ କରୁଥିଲୁ । ବର୍ତ୍ତମାନ ଆମପାଖକୁ ୯୫ରୁ ୧୦୦ ଜଣ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ଆସୁଛନ୍ତି । କେଜି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାଚ୍ରୀମାନେ ପାଠପଢ଼ିବା ପାଇଁ ଏଠାକୁ ଆସୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି ପିଲା ସରକାରୀ ବିଦ୍ୟାଳୟରେ ପାଠପଢ଼ୁଥିବାବେଳେ ଆଉ କିଛି ପିଲା ବେସରକାରୀ ସ୍କୁଲ୍‌ରେ ପାଠପଢ଼ୁଛନ୍ତି । ହେଲେ ସେମାନଙ୍କର ଅଭିଭାବକମାନେ ଟ୍ୟୁସନ୍ ଫି ଦେବା ପାଇଁ ସକ୍ଷମ ନୁହଁନ୍ତି । ତେଣୁ ମୁଁ ଏମାନଙ୍କୁ ଏଠାରେ ମାଗଣା ଶିକ୍ଷା ପ୍ରଦାନ କରୁଛି । ।

Advertisment

ରାସ୍ତା କଡରେ ପିଲାଙ୍କୁ ପାଠ ପଢାଇବା ଫଳରେ ରାସ୍ତାରେ ଯାଉଥିବା ଅନେକ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହଯୋଗ କରୁଛନ୍ତି । ଏହାସହ କିଛି ପୂରାତନ ଛାତ୍ର ମଧ୍ୟ ସହଯୋଗ କରୁଛନ୍ତି । କେଜିରୁ ୫ମ ପିଲାଙ୍କୁ ମୂଳରୁ ଏବଂ ୫ମରୁ ଦଶମ ପିଲାଙ୍କୁ ସିଲାବସ୍ ଅନୁସାରେ ପାଠ ପଢାଯାଉଛି । ତେବେ ଯୁବ ଇଂଜିନିୟର ନିକୁଞ୍ଜ ଏକ କମ୍ପାନୀରେ ଚାକିରି କରିବା ସହ ସମୟ ବାହାର କରି ମାଗଣାରେ ଶିକ୍ଷାଦାନ କରି ଗରିବ ପିଲାଙ୍କ ପାଇଁ ଭଗବାନ ସାଜିଛନ୍ତି ।

Classes On Footpath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ