Advertisment

ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ସ୍ୱାମୀଠୁ ଦାବି କରିପାରିବେନି ଭରଣପୋଷଣ

ଛାଡ଼ପତ୍ର ପରେ ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ଦେବାକୁ ପଡ଼ିବନି ଭରଣପୋଷଣ ଟଙ୍କା। ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପ୍ରକାଶ ଚନ୍ଦ୍ର ଗୁପ୍ତା।

ଅଦ୍ୟତନ ହୋଇଛି
Madhya Pradesh HighCourt

Madhya Pradesh HighCourt

Advertisment

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ଛାଡ଼ପତ୍ର ପରେ ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ଦେବାକୁ ପଡ଼ିବନି ଭରଣପୋଷଣ ଟଙ୍କା। ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ବିଚାରପତି ପ୍ରକାଶ ଚନ୍ଦ୍ର ଗୁପ୍ତା। ଫ୍ୟାମିଲି କୋର୍ଟର ରାୟ ଉପରେ ବିଚାରବିମର୍ଶ କରିବା ପରେ ଜଷ୍ଟିସ୍‌ ପ୍ରକାଶ ଚନ୍ଦ୍ର ଗୁପ୍ତାଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି।

Advertisment

ପରିବାର ଅଦାଲତର ରାୟ ଉପରେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ଜଣେ ବ୍ୟକ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସ୍ତ୍ରୀ ଛାଡ଼ପତ୍ର ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଅଛନ୍ତି। ତେଣୁ ସିଆର୍‌ପିସି ୧୨୫(୪) ଆଧାରରେ ସେ ଭରଣପୋଷଣ ପାଇବା ଯୋଗ୍ୟ ନୁହେଁ ବୋଲି ପିଟିସନ୍‌ ଦାଖଲ କରିଥିଲେ। ତେବେ ପରିବାର ଅଦାଲତ ଏହି ମାମଲାକୁ ଖାରଜ କରିଦେଇଥିଲା, କାରଣ ବ୍ୟକ୍ତିଙ୍କ ପାଖରେ ଏନେଇ ସମସ୍ତ ପ୍ରମାଣ ନଥିଲା।

ଜଷ୍ଟିସ ପ୍ରକାଶ ଚନ୍ଦ୍ର ଗୁପ୍ତା କହିଛନ୍ତି, ସିଆର୍‌ପିସି ୧୨୫(୪) ଆଧାରରେ ଜଣେ ଛାଡ଼ପତ୍ର ମହିଳାଙ୍କୁ ସ୍ୱାମୀ ଭରଣପୋଷଣ ଦେବେ ନାହିଁ। କିନ୍ତୁ ସ୍ୱାମୀଙ୍କୁ ଏନେଇ ସମସ୍ତ ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ। ତାଙ୍କୁ ଦର୍ଶାଇବାକୁ ପଡ଼ିବ ଯେ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କରେ ଅଛନ୍ତି। ସେ ସମ୍ପର୍କିତ ଫଟୋ ଓ ଭିଡିଓ ଅଦାଲତରେ ଦାଖଲ କରିବାକୁ ପଡ଼ିବ। ଯେଉଁଥିରୁ ପ୍ରମାଣ ହେବ ଯେ ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କରେ ଅଛନ୍ତି।

Advertisment

ତେବେ ବ୍ୟକ୍ତି ଜଣକ ପ୍ରଥମେ ଏନେଇ କୌଣସି ପ୍ରମାଣ ଦେଇନଥିବାରୁ ଆଇନ୍‌ ଅନୁଯାୟୀ ପରିବାର ଅଦାଲତ ବ୍ୟକ୍ତିଙ୍କୁ ସ୍ତ୍ରୀର ଭରଣପୋଷମ ପାଇଁ ମାସିକ ୧୦ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ବିରୋଧରେ ସେ ହାଇକୋର୍ଟରେ ଅନ୍ୟ ଏକ ପିଟିସନ୍‌ ଦାଖଲ କରିଥିଲେ।

ସୂଚନା ମୁତାବକ ମହିଳା ଜଣକ ପରିବାର ଅଦାଲତରେ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ କି ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଏମିତିକି ତାଙ୍କୁ ଏକ ଭଡ଼ା ଘର ନେଇ ରହିବାକୁ କହିଥିଲେ। କିନ୍ତୁ ସ୍ୱାମୀ କହିଥିଲେ, ସେ ତାଙ୍କ ଇଚ୍ଛା ଅନୁଯାୟୀ ଘର ଛାଡ଼ି ଯାଇଥିଲେ। ସେ ପରିବାରର ସମସ୍ତ ସଦସ୍ୟଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ମାରପିଟ୍‌ ବି କରୁଥିଲେ। ତାଙ୍କର ଅନ୍ୟ ଏକ ପୁରୁଷ ସହ ଅନୈତିକ ସମ୍ପର୍କ ମଧ୍ୟ ଥିଲା ଏବଂ ସେ ଏ ସଂକ୍ରାନ୍ତ ପ୍ରମାଣ ଦାଖଲ କରିଥିଲେ।

Advertisment
Madhya Pradesh Illegal Relationship Highcourt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ