Advertisment

ବିଦେଶୀ ଯୁବତୀ ଓ ସେକ୍ସ ଆଡିକ୍ଟ ଥିଲେ ଗଣଦୁଷ୍କର୍ମ ଅଭିଯୁକ୍ତ, ଲାପଟପ୍‌ରୁ ଜଣାପଡ଼ିଲା ପୁରା କୁଣ୍ଡଳୀ

ଛତିଶଗଡ଼ ଯୁବତୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଫାର୍ମ ହାଉସ୍‌ରେ ଅତ୍ୟାଚାର କରିଥିବା ରାଜେଶ ବିଶ୍ୱକର୍ମା ଜଣେ ସେକ୍ସ ଆଡିକ୍ଟ ବୋଲି ଜଣାପଡ଼ିଛି। ସେ ବିଦେଶ ଯୁବତୀଙ୍କ ଖାସ୍‌ ଦିୱାନା ଥିଲେ। ତାଙ୍କ ଲାପ୍‌ଟପ୍‌ରୁ ଏଭଳି ଅନେକ କିଛି ରାଜ୍‌ ଖୋଲିଛି।

ଅଦ୍ୟତନ ହୋଇଛି
Gang Rape Accused Rajesh Biswakarma

Gang Rape Accused Rajesh Biswakarma

Advertisment

ଛତିଶଗଡ଼ ଯୁବତୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଫାର୍ମ ହାଉସ୍‌ରେ ଅତ୍ୟାଚାର କରିଥିବା ରାଜେଶ ବିଶ୍ୱକର୍ମା ଜଣେ ସେକ୍ସ ଆଡିକ୍ଟ ବୋଲି ଜଣାପଡ଼ିଛି। ସେ ବିଦେଶ ଯୁବତୀଙ୍କ ଖାସ୍‌ ଦିୱାନା ଥିଲେ। ତାଙ୍କ ଲାପ୍‌ଟପ୍‌ରୁ ଏଭଳି ଅନେକ କିଛି ରାଜ୍‌ ଖୋଲିଛି। ପୋଲିସ୍‌ ଯାଞ୍ଚରେ ଜଣାପଡ଼ିଛି, ଅନେକ ଦେହ ବ୍ୟବସାୟ ରାକେଟ୍‌ରେ ରାଜେଶଙ୍କ ସମ୍ପୃକ୍ତି ରହିଛି। ବିଦେଶୀ କଲ୍‌ ଗର୍ଲଙ୍କୁ ଡାକିବା ପାଇଁ ସେ ନିଜ ବନ୍ଧୁଙ୍କର ଟିକେଟ୍‌ ମଧ୍ୟ ବୁକ୍‌ କରୁଥିଲେ। ଏହାପରେ ମହଙ୍ଗା ହୋଟେଲ ଯାଉଥିଲେ।

Advertisment

ସୂଚନା ଅନୁସାରେ, ଗଣଦୁଷ୍କର୍ମ ଅଭିଯୁକ୍ତ ରାଜେଶଙ୍କ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସବୁ ଅନ୍ୟ ଜଣେ ଅଭିଯୁକ୍ତ ବିବେକ ନଷ୍ଟ କରି ଦେଇଛନ୍ତି। ବିବେକ ଜଣେ ଆଇଟି ଏକ୍ସପର୍ଟ। ସେ ବନ୍ଧୁ ରାଜେଶଙ୍କୁ ସହଯୋଗ କରିବା ଲାଗି ପ୍ରମାଣ ସବୁ ନଷ୍ଟ କରି ଦେଇଛନ୍ତି। ହେଲେ ପୋଲିସ୍‌ ଅନ୍ୟ ଜଣେ ଆଇଟି ଏକ୍ସପର୍ଟଙ୍କ ସହାୟତାରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଏକାଠି କରିଛି। ଆଉ କିଛି ଡାଟା ରିକଭରି ହେବାକୁ ବାକି ଥିବା ଜଣାପଡ଼ିଛି। ଏହି ଡାଟା ରିକଭରି ହେବା ପରେ ଅନେକ ରାଜ୍‌ର ଖୁଲାସା ହେବ ବୋଲି କୁହଯାଉଛି। 

ମିଳିଥିବା ସୂଚନା ଅନୁସାରେ, ଅଧିକରୁ ଅଧିକ ବିଦେଶୀ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ରାଜେଶ ସବୁବେଳେ ଚେଷ୍ଟା କରୁଥିଲେ। ସେ ଏହି ଯୁବତୀମାନଙ୍କ ଦିୱାନା ଥିଲେ। ଖାଲି ଏତିକି ନୁହେଁ, ସେ ପର୍ଣ୍ଣ ଫିଲ୍ମର ସୌଖିନ ଥିଲେ। ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେ ବିଦେଶୀ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। 

Advertisment

ସୂଚନାଥାଉ କି, ଅପ୍ରାକୃତିକ ଭାବେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ପାଇଁ ରାଜେଶ ହଇରାଣ କରୁଥିଲେ ବୋଲି ରାଜେଶଙ୍କ ପତ୍ନୀ ଓ ଛତିଶଗଡ଼ର ପୀଡ଼ିତା ଅଭିଯୋଗ ଆଣିଛନ୍ତି। ପର୍ଣ୍ଣ ଫିଲ୍ମ ଲଗାଇ ପତ୍ନୀଙ୍କୁ ନ୍ୟୁଡ୍‌ ଡ୍ୟାନ୍ସ କରିବା ଲାଗି ରାଜେଶ ବାଧ୍ୟ କରୁଥିଲେ। ଏହାପରେ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ବିଦେଶୀ ଯୁବତୀରେ ରାଜେଶଙ୍କ ଫାର୍ମହାଉସ୍‌ରେ ମଧ୍ୟ ରହୁଥିଲେ। ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ସେ ଗୋଆ ଓ ଜୟପୁର ଯାଉଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ