Rupees vs Dollar
ଭାରତୀୟ ମୁଦ୍ରାର ସାଂଘାତିକ ଅବମୂଲ୍ୟାୟନ ଘଟିଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି । ଗତକାଲି ୮୦ ଟଙ୍କା ଛୁଇଁଥିଲା ହେଲେ ଅପରାହ୍ଣରେ ଏଥିରେ ସାମାନ୍ୟ ଉନ୍ନତି ଆସି ୭୯.୯୭ ଟଙ୍କାରେ ରହିଥିଲା । ହେଲେ ଆଜି କାରବାର ଆରମ୍ଭରେ ପୁଣି ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥିଲା ।
କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୫.୩୯ ପ୍ରତିଶତ ହ୍ରାସ ପାଇଛି । ଏନେଇ ସୋମବାର ଦିନ କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ, ଗତ ୮ ବର୍ଷରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୬.୦୮ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୦୧୪ରେ ୟୁପିଏ ସରକାର ଗଲାବେଳେ ଭାରତୀୟ ମୁଦ୍ରାର ମୂଲ୍ୟ ୬୩.୩୩ ଟଙ୍କା ଥିଲା । ହେଲେ ଗତ ଜୁଲାଇ ୧୧ରେ ଏହା ୭୯.୪୧ ଟଙ୍କାକୁ ଖସି ଆସିଥିଲା ।
ଦରବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ । ସଂସଦ ଭବନ ଓ ସଂସଦ ଭବନ ବାହାରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ମିଳିତ ବିରୋଧୀ ଦଳ ପକ୍ଷରୁ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦରବୃଦ୍ଧି ଲୋକଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେଉଛି ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658236678.jpg)