Advertisment

ପଡ଼ୋଶୀ ରାଷ୍ଟ୍ରଙ୍କ ପରି ଆମେ ହାତ ପତାଉ ନାହୁଁ: ନିର୍ମଳା ସୀତାରମଣ

ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।

ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍: ହୋଇପାରେ ପଞ୍ଚମପାଳି ଅର୍ଥ ଘୋଷଣା

nirmala

Advertisment

ସଂସଦରେ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମୁହଁ ତୋଡ଼ ଜବାବ। ଦେଶରେ ଦରଦାମ୍ ବୃଦ୍ଧି ଓ ମୁଦ୍ରାସ୍ଫୀତି ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ଉଦବେଗ ପରେ ଉତ୍ତର ରଖିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। କହିଛନ୍ତି- ମହାମାରୀ ସତ୍ତ୍ୱେ ଭାରତର ଅର୍ଥନୀତି ଦୃତ ଅଭିବୃଦ୍ଧିଶୀଳ ରହିଛି।

Advertisment

ଦେଶର ମୁଦ୍ରାସ୍ଫୀତି ଉପରେ ଟିକିନିକି ବିବରଣୀ ରଖି ସୀତାରମଣ କହିଛନ୍ତି ଯେ, ମୁଦ୍ରାସ୍ଫୀତିକୁ ସରକାର ୭ ପ୍ରତିଶତ ଭିତରେ ସୀମିତ ରଖି ପାରିଛନ୍ତି। UPA ସରକାରରେ ୨୨ ମାସ ଧରି ମୁଦ୍ରାସ୍ଫିତି ୯%ରୁ ଅଧିକ ଥିଲା। ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।

ରଘୁରାଜନ ବୟାନକୁ ଉଦ୍ଧାର କରି କହିଥିଲେ RBI ଭଲ କାମ କରୁଛି, ଆମ ଅବସ୍ଥା ଶ୍ରୀଲଙ୍କା, ପାକିସ୍ତାନ ପରି ନୁହେଁ। ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଦେଶ IMF ପାଖରେ ହାତ ପତାଉଛନ୍ତି। ଆମେ IMF ପାଖରେ ପଡ଼ୋଶୀ ରାଷ୍ଟ୍ରଙ୍କ ପରି ହାତ ପତାଉ ନାହୁଁ। ଯିଏ ଆମ ଦେଶକୁ ଏହି ଦେଶ ସହ ତୁଳନା କରୁଛନ୍ତି ସେମାନଙ୍କୁ ଲଜ୍ଜା ଲାଗିବା ଦରକାର।

Advertisment

୨୦୨୩ ବର୍ଷରେ ଭାରତର ଜିଡିପି ୭.୪% ନେଇ IMF ଆକଳନ କରିଛି। ଜୁଲାଇ ୨୦୨୨ରେ ଦେଶରେ ଦ୍ୱିତୀୟ ସର୍ବାଧିକ GST ୧.୪୯ ଲକ୍ଷ କୋଟି ଆଦାୟ ହୋଇଛି। ଗତ ଏପ୍ରିଲ୍‌ରେ ସର୍ବାଧିକ ୧.୬୭ ଲକ୍ଷ କୋଟି GST ଆଦାୟ ହୋଇଥିଲା। ଲଗାତାର ପଞ୍ଚମ ମାସ ପାଇଁ GST ଆଦାୟ ୧.୪ ଲକ୍ଷ କୋଟିରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ