Advertisment

ପରଲୋକରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌, ନଭେମ୍ବର ୨ରେ ଶେଷ ମତଦାନ ସାବ୍ୟସ୍ତ କରିଥିଲେ...

ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ସରଣ ନେଗୀଙ୍କ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା।

ଅଦ୍ୟତନ ହୋଇଛି
Independent India’s First Voter Shyam Saran Negi Passes Away

Independent India’s First Voter Shyam Saran Negi Passes Away

Advertisment

ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ସରଣ ନେଗୀଙ୍କ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା। ହିମାଚଳ ପ୍ରଦେଶ କିନ୍ନୌରରେ ସେ ରହୁଥିଲେ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶ୍ୟାମ ସରଣ ଗତ ନଭେମ୍ବର ୨ରେ ପୋଷ୍ଟାଲ ବାଲାଟ୍ ଜରିଆରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ସବୁଠାରୁ ବୟସ୍କ ମତଦାତାଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

Advertisment

ଦେଶର ସବୁଠାରୁ ବୟସ୍କ ମତଦାତା ଶ୍ୟାମ ସରଣ ନେଗୀ, ନିର୍ବାଚନ ଅଧିକାରୀଙ୍କୁ 12-D ଫର୍ମ ଫେରସ୍ତ କରି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ସେ ଏହି ଫର୍ମ ଫେରାଇ ଦେଇଥିଲେ, କାରଣ ସେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଚାହୁଁଥିଲେ। ତେବେ ଏସବୁ ଭିତରେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଓ ନିର୍ବାଚନ ଅଧିକାରୀ ତାଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ୍ ଜରିଆରେ ତାଙ୍କର ମତଦାନ ନେଇଥିଲେ। 

ସୂଚନାଥାଉ କି, ହିମାଚଳ ପ୍ରଦେଶରେ ବିଧାନସଭାର ୬୮ ଆସନ ପାଇଁ ନଭେମ୍ବର ୧୨ରେ ଭୋଟ୍‌ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ହେବ। ଡିସେମ୍ବର ୮ରେ ରେଜଲ୍ଟ ପ୍ରକାଶ ପାଇବ। ଏହା ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଭୋଟର୍‌ଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲାଟ୍ ଜରିଆରେ ମତଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ମତଦାନ ନଭେମ୍ବର୧ରୁ ୩ଯାଏ ହୋଇଥିଲା।

Advertisment

ନଭେମ୍ବର ୨ରେ ଶ୍ୟାମ ସରଣ ନେଗୀ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ନେଗୀଙ୍କ ମତଦାନ ପାଇଁ କିନ୍ନୌର ଜିଲ୍ଲାର କଲ୍ପା ସ୍ଥିତ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମତଦାନ ସାବ୍ୟସ୍ତ କରିବା ପରେ ଶ୍ୟାମ ସରଣ ନେଗୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା। ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ୍‌ ଦେଇଥିଲେ।୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କିନ୍ତୁ ପାଣିପାଗ ଖରାପ କାରଣରୁ ୧୯୫୧ରେ ୫ ମାସ ପୂର୍ବରୁ ହିମାଚଳର କିନ୍ନୌର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଇଥିଲା।

Himachal Pradesh Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ