Advertisment

ଆଜିଠୁ ନୂଆ ଆର୍ଥିକ ବର୍ଷ; ବଦଳୁଛି ଅନେକ ନିୟମ...ଜାଣନ୍ତୁ କଣ ଏହି ନୂଆ ନିୟମ

ଆଜିଠୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଇପିଏଫ୍‌ ଆରମ୍ଭ କରି କ୍ରିପ୍ଟୋ କରେନ୍ସି, ମେଡିସିନ୍ ଏବଂ ହୋମ୍ଲୋନ୍ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆଜିଠାରୁ ଲାଗୁ ହେବ । ଜାଣନ୍ତୁ କଣ ସବୁ ପରିବର୍ତ୍ତନ ରହିଛି...

ଅଦ୍ୟତନ ହୋଇଛି
Income Tax Rule Changes Coming Into Effect From April 1 For Next Financial Year

Income Tax Rule Changes Coming Into Effect From April 1 For Next Financial Year

Advertisment

ଆଜିଠୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଇପିଏଫ୍‌ ଆରମ୍ଭ କରି କ୍ରିପ୍ଟୋ କରେନ୍ସି, ମେଡିସିନ୍ ଏବଂ ହୋମ୍ଲୋନ୍ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆଜିଠାରୁ ଲାଗୁ ହେବ । ଜାଣନ୍ତୁ କଣ ସବୁ ପରିବର୍ତ୍ତନ ରହିଛି...

Advertisment
  • କ୍ରିପ୍ଟୋ ଏବଂ ଡିଜିଟାଲ୍ ସଂପତ୍ତି ରୋଜଗାର ଉପରେ ଟ୍ୟାକ୍ସ:

ଆଜିଠୁ ଡିଜିଟାଲ୍ ରୋଜଗାର ଉପରେ ଦେବାକୁ ପଡ଼ିବ ୩୦ ପ୍ରତିଶତ ଟ୍ୟାକ୍ସ । ଚଳିତ ବର୍ଷ ୨୦୨୨ ବଜେଟ୍ ଉପସ୍ଥାପନ ବେଳେ ଏ ନେଇ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେବଳ ସେତିକି ନୁହେଁ, ଏହା ଛଡ଼ା ଅର୍ଥମନ୍ତ୍ରୀ ୧ ପ୍ରତିଶତ ଟିଡିଏସ୍ ମଧ୍ୟ ଘୋଷଣା କରିଥିଲେ ।

  • ପିଏଫ୍ ଖାତା ଉପରେ ଟ୍ୟାକ୍ସ:

ଏବେ ଇପିଏଫ୍ ଖାତାରେ ଅଢ଼େଇ ଲକ୍ଷ ଜମା ଉପରେ ହିଁ ଟ୍ୟାକ୍ସ ଫ୍ରି ରହିବ ଏହାଠୁ ଅଧିକ ଜମା ରଖିଲେ ତା ଉପରେ ଯେଉଁ ସୁଧ ପାଇବେ ତାହା ଟ୍ୟାକ୍ସ ଫ୍ରି ହେବନାହିଁ ସରକାରୀ କର୍ମଚାରୀଙ୍କ ଜିପିଏଫ୍ ପାଇଁ ଏହି ସୀମା ବାର୍ଷିକ ୫ ଲକ୍ଷ ଟଙ୍କା ରହିଛି ।

Advertisment
  • ୨୦୧୯ ବଜେଟ୍‌ର ସୁବିଧା ପ୍ରତ୍ୟାହାର:

ପ୍ରାୟ ୩ ବର୍ଷ ପୂର୍ବର ବଜେଟ୍ ୨୦୧୯ରେ ସେକ୍ସନ ୮୦ ଇଇଏ ଦ୍ୱାରା ଲୋକଙ୍କୁ ଗୃହଋଣ ଉପରେ ଅତିରିକ୍ତ ଟ୍ୟାକ୍ସ ରିହାତି ମିଳୁଥିଲା ପ୍ରଥମ ଥର ପାଇଁ ଘର କିଣୁଥିବା ବ୍ୟକ୍ତିଙ୍କୁ ଗୃହ ଋଣ ସୁଧ ଉପରେ ଦେଢ଼ ଲକ୍ଷ ଟଙ୍କାର ଅତିରିକ୍ତ ଟ୍ୟାକ୍ସ ରିହାତି ସୁବିଧା ମିଳୁଥିଲା ଚଳିତ ବଜେଟ୍‌ରେ ଏହି ସୁବିଧାକୁ ଆଗକୁ ବଢ଼ାଯାଇନାହିଁ ।

  • ପୋଷ୍ଟ ଅଫିସ୍‌ରେ ନଗଦ ସୁଧ ମନା:

ଡାକଘରେ ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସେଭିଂ ସ୍କିମ୍ କିମ୍ବା ଡାକଘର ଟର୍ମ ଡିପୋଜିଟ୍ ଉପରେ ସୁଧ ନଗଦ ରାଶି ଭାବେ ମିଳିବନାହିଁ । ଏଥିପାଇଁ ଆପଣଙ୍କୁ ସେଭିଂ ଖାତା ଖୋଲିବାକୁ ହେବ । ଏବଂ ଏହି ଯୋଜନାକୁ ସେଭିଂ ଖାତାରେ ଲିଙ୍କ୍ କରିବାକୁ ପଡ଼ିବ ।

Advertisment
  • ଇ-ଚାଲାଣ ନିୟମରେ ପରିବର୍ତ୍ତନ:

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ ଜିଏସ୍ଟି ପାଇଁ ଇ-ଚାଲାଣ ନିୟମରେ ପରିବର୍ତ୍ତନ କରିଛି । ଯାହା ଏହି ଆର୍ଥିକ ବର୍ଷଠୁ ଲାଗୁ ହେବ ଇ-ଚାଲାଣ ବାହାର କରିବା ପାଇଁ ଟର୍ଣ୍ଣଓଭର ସୀମା ୫୦ କୋଟିରୁ କମାଇ ୨୦ କୋଟି କରିଦିଆଯାଇଛି ।

  • ମହଙ୍ଗା ହେବ ଔଷଧ:

ଆଜିଠୁ ବଢ଼ିବ ପ୍ରାୟ ୮ ଶହ ପ୍ରକାରର ଓଷଧର ଦର ନ୍ୟାସନାଲ୍ ଫାର୍ମାସିଟିକାଲ୍ ପ୍ରାଇସିଂ ଅଥରିଟି ବା ଏନ୍ପିପିଏ । ପ୍ରାୟ ୮ ଶହ ପ୍ରକାରର ଔଷଧର ଦରରେ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି । ଫଳରେ ପାରାସିଟାମଲ ସମେତ ୮୦୦ ପ୍ରକାରର ଜରୁରୀ ଔଷଧର ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବଢ଼ିବା ଆଶଙ୍କା କରାଯାଉଛି ।

  • ଏକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କୁ ଡବଲ ଝଟ୍‌କା:

ଏକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ଏଣିକି ନିଜ ସେଭିଙ୍ଗ୍ସ ଆକାଉଣ୍ଟରେ ଅତିକମ୍‌ରେ ୧୦ ହଜାର ବଦଳରେ ୧୨ ହଜାର ଟଙ୍କା ରଖିବାକୁ ପଡ଼ିବ । ଏହାଛଡ଼ା ଟଙ୍କା ଉଠାଣ ସୀମାକୁ ବ୍ୟାଙ୍କ ମାସକୁ ୪ ଥର କିମ୍ବା ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ କରିଦେଇଛି ।

  • ମ୍ୟୁଚୁଆଲ୍ ଫଣ୍ଡରେ କେବଳ ଡିଜିଟାଲ୍ ପେମେଣ୍ଟ:

ମ୍ୟୁଚୁଆଲ୍ ଫଣ୍ଡରେ ପେମେଣ୍ଟ ପାଇଁ ଆପଣ ଚେକ୍, ବ୍ୟାଙ୍କ ଡ୍ରାଫ୍ଟ ଦ୍ୱାରା କରିଥିଲେ । ତେବେ ଆଜିଠୁ ଏହା ଆଉ କାମ କରିବନି ମ୍ୟୁଚୁଆଲ୍ ଫଣ୍ଡ ଏଗ୍ରିଗେସନ ପୋର୍ଟାଲ ଏମ୍ଏଫ୍ ୟୁଟିଲିଟିଜ୍ ଏବେ କେବଳ ୟୁପିଆଇ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ ଦ୍ୱାରା ହିଁ ପେମେଣ୍ଟ ଗ୍ରହଣ କରିବ ।

  • ବଢ଼ିବ ଗାଡ଼ି ମୂଲ୍ୟ:

ଅଟୋମୋବାଇଲ୍ କଂପାନି ଟାଟା ମୋଟର୍ସ କମର୍ସିଆଲ୍ ଯାନ ଉପରେ ୨ରୁ ଅଢ଼େଇ ପ୍ରତିଶତ ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛି । ଏହା ଆଜିଠାରୁ ଲାଗୁ ହେବାକୁ ଯାଉଛି ଏହି ବର୍ଦ୍ଧିତ ମୂଲ୍ୟ ଭିନ୍ନ ଭିନ୍ନ ମଡେଲରେ ଭିନ୍ନ ଭିନ୍ନ ଫିଚର ଆଧାରରେ ଲାଗୁ ହେବ ।

  • ଜାତୀୟ ପେନ୍ସନ୍ ଯୋଜନାରେ ରାଜ୍ୟ କର୍ମଚାରୀଙ୍କ ଯୋଗଦାନ:

ନ୍ୟାସନାଲ୍ ପେନ୍ସନ୍ ଯୋଜନା ମାଧ୍ୟମରେ ଏଣିକି ରାଜ୍ୟ ସରକାରୀ କର୍ମଚାରୀମାନେ ନିଜର ବେସିକ୍ ଦରମା ଏବଂ ଡିଏର ୧୪ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ଦେଇପାରିବେ ଏହା ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ ହେବ ।

  • କେଓ୍ୱାଇସି ଅପ୍‌ଡେଟ୍ କରିନଥିଲେ ସମସ୍ୟା:

ବ୍ୟାଙ୍କ୍‌ରେ କେଓ୍ୱାଇସି ଅପ୍‌ଡେଟ୍ ନଥିଲେ ଆଜିଠୁ ଚାଲିବନି ବ୍ୟାଙ୍କ ଆକାଉଣ୍ଟ କେଓ୍ୱାଇସି ଅପ୍‌ଡେଟ୍ ନଥିବା ଆକାଉଣ୍ଟରେ ଟଙ୍କା ଜମା ଏବଂ ଉଠାଣରେ ସମସ୍ୟା ଉପୁଜିପାରେ ।

Financial Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ