IISc ଶ୍ରେଷ୍ଠ ୟୁନିଭରସିଟି, JNU ଦ୍ୱିତୀୟ

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସକୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି ଏହି ତାଲିକାରେ ଦ୍ୱିତୀୟରେ ରହିଛି । ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି ।

IISc Bangalore is the number one university in India, as per NIRF Ranking 2021

News Summary

ଇଂଜିନିୟରିଂରେ IIT ମାଡ୍ରାସ ପ୍ରଥମ, IIT ଦିଲ୍ଲୀ ୨ୟ, IIT ବମ୍ବେ ୩ୟ

ମ୍ୟାନେଜମେଣ୍ଟରେ IIM ଅହମ୍ମଦାବାଦକୁ ପ୍ରଥମ ସ୍ଥାନ

ମ୍ୟାନେଜମେଣ୍ଟରେ IIM ବେଙ୍ଗଲୁରୁ ୨ୟ, IIM କୋଲକାତା ୩ୟ

ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ (IISc)କୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି (JNU ) ଏହି ତାଲିକାରେ ଦ୍ୱିତୀୟରେ ରହିଛି । ଅନ୍ୟପଟେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ୟୁନିଭରସିଟି ମାନ୍ୟତା ପ୍ରଦାନ କରାଯାଇଛି ।

ସେହିପରି ଦିଲ୍ଲୀ ବିଶ୍ୱବିଦ୍ୱାଳୟର ମିରାଣ୍ଡା ହାଉସ କଲେଜକୁ ଶ୍ରେଷ୍ଠ କଲେଜ ଭାବରେ ଚୟନ କରାଯାଇଛି । ଇଞ୍ଜିନିୟରର ଟପ୍‌ ୧୦ କଲେଜରୁ ୮ଟି ଆଇଆଇଟି ଓ ୨ ଟି ଏନ୍‌ଆଇଟି ସାମିଲ ଅଛନ୍ତି । ଏଥିମଧ୍ୟରୁ ଆଇଆଇଟି ମାଡ୍ରାସ୍ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ IIT ଦିଲ୍ଲୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ IIT ବମ୍ବେ ତୃତୀୟ ସ୍ଥାନରେ ରହିଛି । ସେପଟେ ଦିଲ୍ଲୀ ଏମ୍‌ସକୁ ବେଷ୍ଟ ମେଡିକାଲ କଲେଜ ରୂପେ ମନୋନୀତ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଙ୍କିଂ ଜାରି କରିବାର କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଛି । ମ୍ୟାନେଜମେଣ୍ଟରେ IIM ଅହମ୍ମଦାବାଦକୁ ପ୍ରଥମ ସ୍ଥାନ ମିଳିଛି । ସେହିପରି ମ୍ୟାନେଜମେଣ୍ଟରେ IIM ବେଙ୍ଗଲୁରୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ IIM କୋଲକାତା ତୃତୀୟ ସ୍ଥାନ ଅଧିକାର କରିଛି ।

ସୂଚନାଯୋଗ୍ୟ ୨୯ ସେପ୍ଟେମ୍ବର ୨୦୧୫ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ NIRF ରାଙ୍କିଙ୍ଗ ଆରମ୍ଭ କରିଥିଲେ । ୪ ଏପ୍ରିଲ ୨୦୧୬ରେ ରିସର୍ଚ୍ଚ ପରେ ଶ୍ରେଷ୍ଠ କଲେଜ ଗୁଡ଼ିକର ପ୍ରଥମ ତାଲିକା ପ୍ରକାଶ କଲା । ସେବେଠାରୁ ପ୍ରତିବର୍ଷ HRD ମନ୍ତ୍ରଣାଳୟ ଏହି ରାଙ୍କିଂ ଜାରି କରେ । ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଭିନ୍ନ ପାରାମିଟରରେ ତଥା ଉତ୍କର୍ଷତା ଆଧାରରେ ଜାତୀୟ ମାନ୍ୟତା ଦିଆଯାଏ । ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ଆଧାରରେ ଅନୁଷ୍ଠାନଗୁଡ଼ିକୁ ମାର୍କ ମାନ୍ୟତା ପ୍ରଦାନ କରାଯାଏ ।