Advertisment

ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।

ଅଦ୍ୟତନ ହୋଇଛି
Aravind Kejriwal

Aravind Kejriwal

Advertisment

ମହିଳା ଭୋଟର୍‌ଙ୍କୁ କେଜ୍ରିୱାଲଙ୍କ ନୂଆ ସ୍ଲୋଗାନ। କହିଲେ, ଘରେ ଯଦି ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ତେବେ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ୨୪ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏଭଳି କଥା କହିଛନ୍ତି।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜାପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ। ଗତକାଲିର କାର୍ଯ୍ୟକ୍ରମରେ ସେ ମହିଳାମାନଙ୍କୁ କହିଛନ୍ତି, ‘ଅନେକ ପୁରୁଷ ଏବେ ମୋଦି ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣ ଠିକ୍‌ କରିପାରିବେ। ଯେଉଁମାନଙ୍କ ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତୁନି। ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କରିବା ପାଇଁ ପରିବାର ଲୋକଙ୍କୁ କୁହନ୍ତୁ। ଏମିତିକି ଆପ୍‌କୁ ସମର୍ଥନ କରିବା ପାଇଁ ସେମାନଙ୍କୁ ଆପଣମାନଙ୍କ ମୁଣ୍ତ ଛୁଇଁ ଶପଥ କରିବାକୁ କୁହନ୍ତୁ’।

ଏହାଛଡ଼ା କେଜ୍ରିୱାଲ ସେଠାରେ ଉପସ୍ଥିତ ଥିବା ମହିଳାଙ୍କୁ କହିଛନ୍ତି ଯେ, ‘ଯେଉଁ ମହିଳାମାନେ ବିଜେପିକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ କୁହନ୍ତୁ କି ମୁଁ ତାଙ୍କ ପାଇଁ ମାଗଣା ବିଜୁଳି କରିଛି। ବସ୍‌ରେ ଯିବା ଆସିବା ବି ମାଗଣା କରିଛି। ଏବେ ମୁଁ ମହିଳାମାନଙ୍କୁ ମାସକୁ ୧ ହଜାର ଲେଖାଏଁ ଦେବି। ବିଜେପି ତାଙ୍କ ପାଇଁ କିଛି ବି କରିନି। କାହିଁକି ସେମାନେ ବିଜେପିକୁ ଭୋଟ ଦେବେ। ଏଥର କେଜ୍ରିୱାଲଙ୍କୁ ଭୋଟ୍ ଦେବେ। ମହିଳାଙ୍କ ବିକାଶ ନାଁରେ ବିଜେପି ଠକେଇ କରୁଛି’।

Advertisment

କେଜ୍ରିୱାଲ ଆହୁରି କହିଛନ୍ତି, ‘କିଛି ରାଜନୈତିକ ଦଳ ମହିଳାଙ୍କୁ କିଛି ପଦପଦବୀ ଦେଇ ସମସ୍ତ ମହିଳାଙ୍କ ଉନ୍ନତି ହେଲା ବୋଲି କହୁଛନ୍ତି। ମୁଁ କହୁନି ଯେ ମହିଳାଙ୍କୁ କୌଣସି ପଦପଦବୀ ଦେବା କଥା ନୁହେଁ। ସେମାନଙ୍କୁ ପଦପଦବୀ ଓ ଟିକେଟ୍ ବି ମିଳିବା ଉଚିତ୍। କିନ୍ତୁ ଏଥିରୁ କେବଳ ଦୁଇ ଚାରି ଜଣ ମହିଳା ହିଁ ଉପକୃତ ହେଉଛନ୍ତି। ଅନ୍ୟ ମହିଳାମାନେ କ’ଣ ପାଇବେ? ମହିଳାଙ୍କୁ ସଶକ୍ତ କରିବା ପାଇଁ ଅର୍ଥ ଆବଶ୍ୟକ। ସେଥିପାଇଁ ଆମ ସରକାର ‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’ ଆଣିଛି। ଏବେ ମହିଳାମାନେ ପ୍ରକୃତରେ ସଶକ୍ତ ହେବେ ,ଯେତେବେଳେ ପ୍ରତିମାସରେ ସେମାନେ ୧୦୦୦ ଟଙ୍କା ଲେଖାଏଁ ପାଇବେ। ଏହା ଯୋଜନା ସାରା ବିଶ୍ୱରେ ସବୁଠୁ ବଡ଼ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ’।

Advertisment
PM Modi Women Voters Aravind Kejriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ