Advertisment

ବାବୁଙ୍କ କୁକୁର ପାଇଁ ସନ୍ଧ୍ୟା ହେଉ ହେଉ ଷ୍ଟାଡିୟମ୍‌ ଖାଲି !

ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ(ରେଭେନ୍ୟୁ) ସଞ୍ଜୀବ ଖିରଓ୍ୱର ତାଙ୍କ କୁକୁର ବୁଲାଇବେ ବୋଲି ଷ୍ଟାଡିୟମ ଖାଲି କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

IAS Sanjeev Khirwar Walk The Dog Controversy In Thyagraj Stadium

IAS Sanjeev Khirwar Walk The Dog Controversy In Thyagraj Stadium

Advertisment

ବାବୁ ତାଙ୍କ କୁକୁର ସହିତ ବୁଲିବେ ବୋଲି ସନ୍ଧ୍ୟା ହେଉ ହେଉ ଷ୍ଟାଡିୟମ ଖାଲି କରାଯାଉଛି। ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ(ରେଭେନ୍ୟୁ) ସଞ୍ଜୀବ ଖିରଓ୍ୱର ତାଙ୍କ କୁକୁର ବୁଲାଇବେ ବୋଲି ଷ୍ଟାଡିୟମ ଖାଲି କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। 

Advertisment

ଆଥ୍‌ଲେଥ୍‌ ଓ କୋଚ୍‌ଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସେମାନେ ସନ୍ଧ୍ୟା ସାଢ଼େ ୮ଟା ଯାଏ ଏଠାରେ ଅଭ୍ୟାସ କରୁଥିଲେ। କିନ୍ତୁ କିଛି ମାସ ହେଲା ସନ୍ଧ୍ୟା ୭ଟା ସୁଦ୍ଧା ଷ୍ଟାଡିୟମ ଖାଲି କରିବାକୁ ସେମାନଙ୍କୁ କୁହାଯାଉଛି। କିନ୍ତୁ ଏହି ଅଭିଯୋଗକୁ ଆଇଏଏସ୍‌ ସଞ୍ଜୀବ ଖିରଓ୍ୱର ଖଣ୍ଡନ କରିଛନ୍ତି। 

ସଞ୍ଜୀବ ଖିରଓ୍ୱର ସ୍ପଷ୍ଟ କରିଛନ୍ତି, ନିଜ କୁକୁର ସହିତ ମଝିରେ ମଝିରେ ଷ୍ଟାଡିୟମକୁ ବୁଲି ବାକୁ ଆସନ୍ତି। ଏହାଦ୍ୱାରା କିନ୍ତୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସରେ ବାଧା ହୁଏନି। ଅନ୍ୟପେକ୍ଷ, ଏହି ବିବାଦ ପରେ ସରକାର ଘୋଷଣା କରିଛନ୍ତି ଯେ, ତ୍ୟାଗରାଜ ଷ୍ଟାଡିମୟ ରାତି ୧୦ ଟା ଯାଏ କ୍ରୀଡ଼ାବିତ୍‌ଙ୍କ ପାଇଁ ଖୋଲା ରହିବ।  

Advertisment
IAS Sanjeev Khirwar Thyagraj Stadium Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ