IAS Officer Who ‘Walked Dog’ at Delhi Thyagraj Stadium Transferred
ଦିଲ୍ଲୀର ତ୍ୟାଗରାଜ ଷ୍ଟାଡ଼ିୟମ(Thyagraj Stadium)ରେ କୁକୁର ବୁଲାଇଥିବା IAS ପତି-ପତ୍ନୀଙ୍କୁ ଗତକାଲି ବଦଳି କରି ଦିଆଯାଇଛି। ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ(ରେଭେନ୍ୟୁ) ସଞ୍ଜୀବ ଖିରଓ୍ୱରଙ୍କୁ ଦିଲ୍ଲୀରୁ ଲଦାଖକୁ ବଦଳି କରାଯାଇଛି। ସେହିପରି ତାଙ୍କ IAS ଅଫିସର ପତ୍ନୀ ରିଙ୍କୁ ଧୁଗ୍ଗାଙ୍କ ଦିଲ୍ଲୀରୁ ଅରୁଣାଚଳ ପ୍ରଦେଶକୁ ଟ୍ରାନ୍ସଫର ହୋଇଛି।
ଏହି ମାମଲାରେ ଗତକାଲି ମୁଖ୍ୟ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅଭିଯୋଗ ହୋଇଥିଲା ଯେ, ସଞ୍ଜୀବ ଖିରଓ୍ୱର ତାଙ୍କ କୁକୁର ବୁଲାଇବେ ବୋଲି ସନ୍ଧ୍ୟା ହେଉ ହେଉ ତ୍ୟାଗରାଜ ଷ୍ଟାଡ଼ିୟମକୁ ଖାଲି କରାଯାଉଛି। ଆଥ୍ଲେଥ୍ ଓ କୋଚ୍ଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସେମାନେ ସନ୍ଧ୍ୟା ସାଢ଼େ ୮ଟା ଯାଏ ଏଠାରେ ଅଭ୍ୟାସ କରୁଥିଲେ।କିନ୍ତୁ କିଛି ମାସ ହେଲା ସନ୍ଧ୍ୟା ୭ଟା ସୁଦ୍ଧା ଷ୍ଟାଡିୟମ ଖାଲି କରିବାକୁ ସେମାନଙ୍କୁ କୁହାଯାଉଛି। କିନ୍ତୁ ଏହି ଅଭିଯୋଗକୁ ଆଇଏଏସ୍ ସଞ୍ଜୀବ ଖିରଓ୍ୱର ଖଣ୍ଡନ କରିଥିଲେ।
ସଞ୍ଜୀବ ଖିରଓ୍ୱର ସ୍ପଷ୍ଟ କରିଥିଲେ ଯେ, ନିଜ କୁକୁର ସହିତ ମଝିରେ ମଝିରେ ଷ୍ଟାଡିୟମକୁ ବୁଲି ବାକୁ ଆସନ୍ତି। ଏହାଦ୍ୱାରା କିନ୍ତୁ କ୍ରୀଡ଼ାବିତ୍ଙ୍କ ଅଭ୍ୟାସରେ ବାଧା ହୁଏନି। ଅନ୍ୟପେକ୍ଷ, ଏହି ବିବାଦ ପରେ ସରକାର ଘୋଷଣା କରିଥିଲେ ଯେ, ତ୍ୟାଗରାଜ ଷ୍ଟାଡିମୟ ରାତି ୧୦ଟା ଯାଏ କ୍ରୀଡ଼ାବିତ୍ଙ୍କ ପାଇଁ ଖୋଲା ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1653618537.jpg)