Advertisment

କଳାବଜାରୀଙ୍କୁ ଧରିବା ପାଇଁ ବେଶ ବଦଳାଇଲେ ସବ୍‌କଲେକ୍ଟର

ବିଜୟୱାଡ଼ାର ସବ୍‌-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍‌-କଲେକ୍ଚର।

ଅଦ୍ୟତନ ହୋଇଛି
କଳାବଜାରୀଙ୍କୁ ଧରିବା ପାଇଁ ବେଶ ବଦଳାଇଲେ ସବ୍‌କଲେକ୍ଟର

Farmer

Advertisment

ନୂଆଦିଲ୍ଲୀ: ଆଇଏଏସ୍‌ ଅର୍ଥାତ୍‌ ଭାରତୀୟ ପ୍ରଶାସନିକ ସେବା। ଏହି ଚାକିରି କରିବା ପାଇଁ ପ୍ରାୟ ସମସ୍ତଙ୍କ ମନରେ ଏକ ଆକାଂକ୍ଷା ଥାଏ। ଆଉ ଯେତେବେଳେ ଲକ୍ଷ୍ୟ ପୂର୍ଣ୍ଣ ହୁଏ ସେତେବେଳେ ପ୍ରାୟ ସମସ୍ତେ କିଛି ନା କିଛି ଭିନ୍ନ କାମ କରିବା ପାଇଁ ଚେଷ୍ଟା କରନ୍ତି। ଠିକ୍‌ ଏମିତି କାମ କରି ଦେଖାଇଛନ୍ତି ଆନ୍ଧ୍ରର ଜଣେ ଆଇଏଏସ୍‌ ଅଫିସର୍‌। ଯାହାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। ସ୍ଥାନୀୟ ଅଞ୍ଚଳରେ ସାର ଦୋକାନରେ ସାରର କଳାବଜାରୀର ଖବର ପାଇଥିଲେ ଆଇଏଏସ୍‌ ଅଫିସର। ଆଉ ଖବର ପାଇବା ପରେ ପ୍ରକୃତ ତଥ୍ୟ ଜାଣିବା ପାଇଁ ନିଜେ ବେଶ ବଦଳାଇ ସମ୍ପୃକ୍ତ ଦୋକାନରେ ପହଞ୍ଚିଥିଲେ।

Advertisment

ବିଜୟୱାଡ଼ାର ସବ୍‌-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍‌-କଲେକ୍ଚର।

ତେବେ ସୋସିଆଲ ମିଡ଼ିଆରେ ସବ୍‌-କଲେକ୍ଚର ସାର କିଣୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହା, ସେ ଚାଷୀ ନୁହେଁ ବରଂ ସବ୍‌-କଲେକ୍ଟର ବୋଲି ଦୋକାନୀ ଜଣକ ମଧ୍ୟ ଜାଣିପାରିଲେ ନାହିଁ। ଆଉ ଅଭିଯୋଗ ଶତ-ପ୍ରତିଶତ ପ୍ରମାଣ ହୋଇଥିଲା। ସରକାରଙ୍କ ଧାର୍ଯ୍ୟ ଦର ଠାରୁ ଅଧିକ ଦାମ୍‌ରେ ସାର ବିକ୍ରି କରୁଥିଲେ ସମ୍ପୃକ୍ତ ଦୋକାନୀ ଜଣକ। ଏହା ଜାଣିବା ପରେ ସାଙ୍ଗେ ସାଙ୍ଗେ ଦୋକାନୀ ଉପରେ ଆକ୍ସନ ନେବା ସହ ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି, ଦୋକାନୀ ଜଣକ ଫାଇନ୍‌ ନକାଟିବାକୁ ଅନୁରୋଧ କରିଥିଲେ। ଆଉ ଉତ୍ତରରେ ସବ୍‌-କଲେକ୍ଚର କହିଥିଲେ କି ଆପଣ ଗରୀବ ଚାଷୀଙ୍କ କଷ୍ଟ ଅର୍ଜିତ ଧନ ବର୍ଷ ବର୍ଷ ଧରି ଲୁଟ୍‌ କରୁଛନ୍ତି। ତେଣୁ ଆପଣଙ୍କ ଉପରେ ଫାଇନ୍‌ କଟାଯାଇଛି। ଆଶା କରୁଛୁ ଆଗାମୀ ଦିନରେ ଏପରି ଆଉ କରିବେ ନାହିଁ। ତେବେ ସବ୍‌-କଲେକ୍ଚର ଅନ୍‌ ଦି ସ୍ପଟ୍‌ ଡ଼ିସିସନ୍‌କୁ ନେଇ ଚାଷୀଭାଇ ଖୁସି ବ୍ୟକ୍ତ କରିଛନ୍ତି।

Advertisment
India News Sub Collector Vijayawada G-surya-praveen-chand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ