Advertisment

ହାଇଦ୍ରାବାଦ୍ ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Hyderabad gang rape fourth accused taken into custody

Hyderabad gang rape fourth accused taken into custody

Advertisment

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଗତକାଲି ସୁଦ୍ଧା ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଜି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ମାମଲାର ସମସ୍ତ ୫ ଅଭିଯୁକ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ପଞ୍ଚମ ଅଭିଯୁକ୍ତ କୁ ପୋଲିସ୍ ଖୋଜୁଛି ।

Advertisment

ସୂଚନା ଅନୁସାରେ,୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀ ଜଣେ ବନ୍ଧୁଙ୍କ ସହ ଗତ ୨୮ ତାରିଖ ଦିନ ଏକ ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଯୁବତୀ ଜଣକ ଉକ୍ତ ଯୁବକ ଓ ତାଙ୍କ ସାଙ୍ଗମାନଙ୍କ ସହ ପବ୍‌ରୁ ବିଳମ୍ବିତ ରାତିରେ ବାହାରିଥିଲେ। ସେମାନେ ଯୁବତୀଙ୍କୁ ଘରେ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଯୁବତୀ ଜଣକ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ।

Advertisment

ହେଲେ ଏହି ୫ ଅଭିଯୁକ୍ତ ଯୁବତୀଙ୍କୁ ଘର ଛାଡ଼ିବା ପରିବର୍ତ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପୂର୍ବରୁ ଯୁବକମାନେ ପ୍ରଥମେ ଏକ କେକ୍‌ ଦୋକାନକୁ ଯାଇଥିଲେ। ଏହାପରେ ୫ ଯୁବକ ଜୁବ୍‌ଲି ହିଲ୍ସ ଏରିଆରେ କାର୍‌ ପାର୍କିଂ କରିଥିଲେ ଓ ଗାଡ଼ି ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୨୦୧୯ ଗଣଦୁଷ୍କର୍ମ ପରେ ଏହି ଘଟଣା ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ଦୋହଲାଇ ଦେଇଛି ।

ଏହି ଗଣଦୁଷ୍କର୍ମ ଘଟଣାରେ କିଛି ନେତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ମଧ୍ୟରେ ରାଜ୍ୟ ସରକାରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ବଢ଼ିଯାଇଛି । ଏହାସହ ଘଟଣାକୁ ନେଇ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଛି । ମାମଲାରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଥିବାବେଳେ କଂଗ୍ରେସ ପକ୍ଷରୁସର୍ବଦଳୀୟ ବୈଠକ ପାଇଁ ଦାବି କରାଯାଇଛି । ତେଲେଙ୍ଗାନା ବିଜେପି ସଭାପତି ତଥା ସାଂସଦ ବୃନ୍ଦ ସଞ୍ଜୟ କୁମାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ଦାବି କରିଛନ୍ତି।

Advertisment

କେବଳ ଏତିକି ନୁହେଁ ଘଟଣାକୁ ନେଇ ବିରୋଧୀ ଦଳ ଏବଂ ମହିଳା ଅଧିକାର ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ବିଜେପି ଅଭିଯୋଗ କରିଛି ଯେ ଏହି ଘଟଣାରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (All India Majlis-e-Ittehadul Muslimeen- AIMIM) ନେତାଙ୍କ ସମ୍ପର୍କୀୟ ସମ୍ପୃକ୍ତ ଅଛନ୍ତି। AIMIM ଏବଂ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଭଲ ରାଜନୈତିକ ସମ୍ପର୍କ ରହିଛି । ରାଜ୍ୟରେ ମହିଳାଙ୍କୁ ହତ୍ୟା ଏବଂ ଯୌନ ନିର୍ଯାତନାର ମାମଲା ପୂର୍ବ ଅପେକ୍ଷା ବଢ଼ିଛି ବେଲି ରାଜ୍ୟ କଂଗ୍ରେସର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସାଂସଦ ମଲୁ ରବି ଅଭିଯୋଗ କରିଛନ୍ତି । ତେବେ ଗତ ୨୮ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବଶାଳୀ ରାଜନେତାଙ୍କ ପୁଅ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ କରୁନଥିବା ବିଜେପି ଅଭିଯୋଗ ଆଣିବା ସହ ରାଜରାସ୍ତାକୁ ଓହ୍ଲାଇଛି ।

Hyderabad Gang Rape Gangrape Hyderabad Gangrape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ