ସ୍ତ୍ରୀର ଶବ ଶହ ୫୦୦ କିମି ଟ୍ରେନ୍‌ ଯାତ୍ରା : ଟେର୍‌ ପାଇଲେନି ସହଯାତ୍ରୀ

ଟ୍ରେନ୍‌ ଭିତରେ ଚାଲିଗଲା ଜୀବନ, ହେଲେ କେହି ଜାଣି ପାରିଲେନି ।

ହେଲେ କେହି ଜାଣି ପାରିଲେନି . . .

ଟ୍ରେନ୍‌ ଭିତରେ ସ୍ତ୍ରୀର ଜୀବନ ଚାଲିଗଲା । କାହାକୁ ନକହି ଚୁପଚାପ୍‌ ଟ୍ରେନ୍‌ରେ ଯାତ୍ରା କଲେ ଯୁବକ । ପଞ୍ଜାବର ଲୁଧିଆନା ଠାରୁ ବିହାରକୁ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ମୃତଦେହ ସହିତ ପ୍ରାୟ ୫୦୦ କିଲୋମିଟର ଯାତ୍ରା କରିଛନ୍ତି । ପାଖରେ ଶବ ପଡ଼ିରହିଥିଲେ ସୁଦ୍ଧା ସହଯାତ୍ରୀ ଏକଥା ଜାଣିପାରି ନଥିଲେ । ବେଶ୍ କିଛି କିମି ଯାତ୍ରା କରିବା ପରେ ଜଣେ ଯାତ୍ରୀ ରେଳବାଇ ପୋଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ଶାହାଜାହାନପୁରର ରେଳବାଇ ଏବଂ GRP ପୋଲିସ ମିଳିତ ଭାବେ ମହିଳାଙ୍କ ମୃତଦେହକୁ ଟ୍ରେନରୁ ବାହାର କରିଥିଲେ ।

ଲୁଧିଆନା ଠାରୁ ବିହାର ଅଭିମୁଖେ ଯାଉଥିବା ମୋରଦ୍ୱଜ ଏକ୍ସପ୍ରେସ ଟ୍ରେନରେ ନବୀନ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ବିହାରର ଔରଙ୍ଗାବାଦକୁ ଯାତ୍ରା କରୁଥିଲେ । ହେଲେ ବାଟରେ ତାଙ୍କ ହୃଦଘାତରେ ସ୍ତ୍ରୀ ଉର୍ମିଲାଙ୍କ ପ୍ରାଣ ହରାଇଥିଲେ । ତେବ ସ୍ତ୍ରୀର ମୃତ୍ୟୁ ସମ୍ପର୍କରେ ସେ କାହାକୁ ଜଣାଇ ନଥିଲେ । ଆଉ ଚୁପଚାପ୍‌ ସ୍ତ୍ରୀଙ୍କ ଶବ ସହିତ ପ୍ରାୟ ୫୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା ଜାରି ରଖିଥିଲେ । ଅନେକ ସମୟ ଧରି ସହଯାତ୍ରୀଙ୍କ ସମ୍ପର୍କରେ ଉର୍ମିଳାଙ୍କ ମୃତ୍ୟୁ ସମ୍ପର୍କରେ ଜଣାନଥିଲା ।

ବେଶ୍ କିଛି ସମୟ ଉର୍ମିଳା ହଲଚଲ୍‌ ନହେବାରୁ ଟ୍ରେନ୍‌ଯାତ୍ରୀମାନେ ସନ୍ଦେହ କରିଥିଲେ । ଜଣେ ଯାତ୍ରୀ ରେଳ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ । ଏହା ପରେ ଡାକ୍ତରଙ୍କ ସହ ଶାହାଜାହାନପୁରର GRP ଏବଂ ରେଳ ପୋଲିସ ଫୋର୍ସ ମହିଳାଙ୍କ ମୃତଦେହକୁ ଟ୍ରେନରୁ ଓହ୍ଲାଇଥିଲେ ।

ତେବେ ଡାକ୍ତରଙ୍କ ଅନୁସାରେ, ଅନେକ ସମୟ ପୂର୍ବରୁ ହିଁ ମହିଳାଙ୍କର ମୃତ୍ୟୁ ହୋଇ ସାରିଥିଲା । ବର୍ତ୍ତମାନ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ପୋଲିସ୍‌ । ବର୍ତ୍ତମାନ ମାମଲାର ଅଧିକ ଅନୁସନ୍ଧାନ ଚାଲିଛି । ମୃତକଙ୍କ ସ୍ୱାମୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।