Advertisment

ସାମାନ୍ୟ ବଚସାରୁ ସ୍ତ୍ରୀକୁ ତିନି ମହଲାରୁ ଫିଙ୍ଗିଦେଲା ସ୍ୱାମୀ

ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ଏହାପରେ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ବିଲ୍ଡିଂର ତୃତୀୟ ମହଲାରୁ ଫିଙ୍ଗି ଦେଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ସହ ଝଗଡା ହେବାକୁ ତିନି ମହଲା ତଳକୁ ଫିଙ୍ଗିଦେଲା ନୃଶଂସ ସ୍ୱାମୀ। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦ ଅଂଚଳରେ। ଛାତକୁ ପଡିବା ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଗୋବିନ୍ଦପୁରମ୍ କୃଷ୍ଣାକୁଞ୍ଜ ଅଞ୍ଚଳରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଘଟଣା ଘଟିବା ଦିନ ମଧ୍ୟ ସ୍ୱାମୀ ବିକାଶ କୁମାର ଓ ସ୍ତ୍ରୀ ସାଲୁଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିକାଶ ପାର୍କିଂ ଠିକାଦାର ଭାବେ କାମ କରନ୍ତି। ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ଏହାପରେ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ବିଲ୍ଡିଂର ତୃତୀୟ ମହଲାରୁ ଫିଙ୍ଗି ଦେଇଥିଲେ।

ସହକାରୀ ପୋଲିସ କମିଶନର ଅଭିଷେକ ଶ୍ରୀବାସ୍ତବ କହିଛନ୍ତି, ସ୍ତ୍ରୀ ସାଲୁଙ୍କୁ ତୃତୀୟ ମହଲାରୁ ଫିଙ୍ଗିବା ପରେ ଅଭିଯୁକ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ତାଙ୍କ ଅବସ୍ଥା ଅତି ଗୁରୁତର ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ତେବେ କିଛି ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ