Advertisment

UPSC Exam Reservation: UPSC ପରୀକ୍ଷାରେ ସଂରକ୍ଷଣକୁ ନେଇ କିପରି ହୁଏ ଖେଳ; ଜାଣିଲେ ମୁଣ୍ଡ ଗୋଲ୍ ହେଇଯିବ

ସଂରକ୍ଷଣକୁ ନେଇ ଏକ ସାକ୍ଷାତକାରରେ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତି ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଲୋକମାନେ IAS, IPS, IRS, IFS ଅଧିକାରୀ ହେବା ପାଇଁ ଅନେକ କୌଶଳ ଅବଲମ୍ବନ କରନ୍ତି। ଅଧିକାରୀ ହେବା ପାଇଁ ପ୍ରାର୍ଥୀମାନେ UPSC ର କେଉଁ ଲୁଫ୍ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣନ୍ତୁ।

How candidates misuse reservation category in upsc exam

How candidates misuse reservation category in upsc exam

Advertisment

ସରକାରୀ ଚାକିରିକୁ ନେଇ ଆଜିକାଲି ଯୁବପିଢିଙ୍କ ମଧ୍ୟରେ ବହୁତ କ୍ରେଜ୍‌ ରହିଛି। UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS, IPS, IRS, IFS ଅଧିକାରୀ ହେବା କଥା ଆସିଲେ ଅନେକଙ୍କୁ ବହୁ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡେ। ଆଜିକାଲି ମହାରାଷ୍ଟ୍ର କ୍ୟାଡର ଟ୍ରେନି ଆଇଏଏସ୍ ପୂଜା ଖେଡ୍‌କର୍‌ ଚର୍ଚ୍ଚାରେ ଅଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ସେ ସଂରକ୍ଷଣର ସୁଯୋଗ ନେଇ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

Advertisment

ପୂଜା ଖେଡ୍‌କର୍‌ OBC-NCL, ଦିବ୍ୟାଙ୍ଗ ଭଳି ଶ୍ରେଣୀରେ UPSC ପରୀକ୍ଷା ଫର୍ମ ପୂରଣ କରିଥିଲେ। ତାଙ୍କ ମାମଲା ସାମ୍ନାକୁ ଆସିବା ପରେ ଆହୁରି ଅନେକ ଅଧିକାରୀ ତଦନ୍ତ ଘେରକୁ ଆସିଛନ୍ତି। UPSCରେ ସଂରକ୍ଷଣ ଖେଳ କିପରି ହୁଏ, ଏକ ସାକ୍ଷାତକାରରେ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତି ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଲୋକମାନେ IAS, IPS, IRS, IFS ଅଧିକାରୀ ହେବା ପାଇଁ ଅନେକ କୌଶଳ ଅବଲମ୍ବନ କରନ୍ତି। ଅଧିକାରୀ ହେବା ପାଇଁ ପ୍ରାର୍ଥୀମାନେ UPSC ର କେଉଁ ଲୁଫ୍ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣନ୍ତୁ।

ସଂରକ୍ଷଣ ନୀତିରେ ଅନେକ ତ୍ରୁଟି ରହିଛି:

  • ବିକାଶ ଦିବ୍ୟକୀର୍ତ୍ତି ନିଜେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ। ତାଙ୍କ କହିବାନୁସାରେ, OBC ଏବଂ EWS ସଂରକ୍ଷଣରେ ଅନେକ ତ୍ରୁଟି ରହିଛି।
  • UPSC ନିୟମ ଅନୁଯାୟୀ, ଓବିସି କ୍ରିମି ଲେୟର ପ୍ରାର୍ଥୀମାନେ ସାଧାରଣ ବର୍ଗ ଭାବରେ ବିବେଚନା କରାଯାଆନ୍ତି।
  • ଏହା ବ୍ୟତୀତ, ଯେଉଁ ପ୍ରାର୍ଥୀଙ୍କ ମା କିମ୍ବା ବାପା କ୍ଲାସ ୧ ଚାକିରି କରିଥିବେ ସେମାନଙ୍କୁ ଓବିସି କ୍ରିମି ସ୍ତରକୁ ସ୍ଥାନାନ୍ତର କରାଯାଏ।
  • ଯଦି ଉଭୟ ବାପାମାଆ ଗ୍ରୁପ୍ Bରେ ଥାଆନ୍ତି, ତେବେ ସେମାନଙ୍କୁ ସାଧାରଣ ବର୍ଗ ଭାବରେ ନିଆଯିବ। କିନ୍ତୁ ଗ୍ରୁପ୍ C ଏବଂ ଗ୍ରୁପ୍ D ଲୋକଙ୍କ ଆୟ ୮ ଲକ୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଓବିସି ଭାବରେ ବିବେଚନା କରାଯିବ।
  • UPSC ସଂରକ୍ଷଣ ନୀତିରେ କୃଷିରୁ ହେଉଥିବା ଆୟର ଗଣନା କରାଯାଏ ନାହିଁ। ସେଥିପାଇଁ ଅନେକ ସରକାରୀ କର୍ମଚାରୀ ବାହାନା କରି କୃଷି ଆୟ ଦେଖାନ୍ତି।
Advertisment

କେମିତି ହୁଏ ଖେଳ:

ବର୍ତ୍ତମାନ ସମସ୍ୟା ହେଉଛି ଓବିସି ପ୍ରାର୍ଥୀଙ୍କ ଆୟ ଗଣନା କରା ନ ଯାଇ କେବଳ ବାପାମାଆଙ୍କର ଗଣନା କରାଯାଏ। କିନ୍ତୁ EWSରେ ସମସ୍ତଙ୍କୁ ଗଣନା କରାଯାଏ। ଚାଲନ୍ତୁ ଏକ ଉଦାହରଣ ଦେଖିବା -

ଧରାଯାଉ ଆପଣଙ୍କ ବାପା ଜଣେ IAS ଅଧିକାରୀ ଏବଂ ସେ ଦୁଇ ବର୍ଷ ମଧ୍ୟରେ ଅବସର ନେବାକୁ ଯାଉଛନ୍ତି। ଆପଣ OBCରେ ଅଛନ୍ତି କିନ୍ତୁ ଆପଣଙ୍କ ବାପା କ୍ଲାସ୍-୧ ଚାକିରିରେ ଅଛନ୍ତି ତେବେ ଆପଣ ସଂରକ୍ଷଣ ପାଇବେ ନାହିଁ। ବାପା ବହୁତ ଟଙ୍କା ରୋଜଗାର କରିଛନ୍ତି। ଏତେ ଯେ ଏହା ଆଜୀବନ ଚାଲିଯିବ। ଅନେକ କୋଠା କିଣିଛନ୍ତି, ଭଡା ମଧ୍ୟ ପ୍ରତ୍ୟେକ ମାସରେ ଲକ୍ଷ ଲକ୍ଷ ଆସୁଛି। ଆପଣ IAS ହେବାକୁ ଚାହୁଁଛନ୍ତି। ଏ କ୍ଷେତ୍ରରେ ଆପଣ ସାଧାରଣ ବର୍ଗରୁ OBC ହୋଇପାରିବେନି। ଆପଣ ବାପା ଚାକିରିରୁ ଇସ୍ତଫା ଦେଲେ ମଧ୍ୟ ଏହା ହୋଇପାରିବନି। ଆପଣଙ୍କ ବାପାମାଆ ଯଦି ଗିଫ୍ଟ ମାଧ୍ୟମରେ ସେମାନଙ୍କର ସମସ୍ତ ସମ୍ପତ୍ତି ଆପଣଙ୍କୁ ଦେଇଦେବେ। ତାଙ୍କ ଆୟ ବାର୍ଷିକ ୬ ଲକ୍ଷ ଟଙ୍କା ହୋଇଯିବ ତେବେ ଆପଣ OBC ସଂରକ୍ଷଣର ଲାଭ ପାଇଯିବେ।

Advertisment

EWS ସଂରକ୍ଷଣ ମାଧ୍ୟମରେ ଜଣେ କିପରି IAS, IPS ଅଧିକାରୀ ହୋଇପାରେ:

EWS ବର୍ଗ ଅଧୀନରେ UPSC ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ପାଇଁ ନିୟମ ହେଉଛି ଯେ ସେମାନଙ୍କ ପରିବାରର ଆୟ ଗଣନା କରାଯାଏ, କିନ୍ରୁ ମାତ୍ର ୧ ବର୍ଷ ପୂର୍ବର।

EWS ଅଧୀନରେ କେଉଁମାନେ ସଂରକ୍ଷଣ ପାଆନ୍ତି:

  • ପ୍ରାର୍ଥୀଙ୍କ ପାଖରେ ୫ ଏକରରୁ ଅଧିକ ଚାଷ ଜମି ରହିବା ଉଚିତ ନୁହେଁ
  • ସେମାନଙ୍କ ଘର ୧୦୦୦ ଫୁଟରୁ ବଡ ହୋଇ ନ ଥିବ
  • ଯଦି ପ୍ଲଟ୍‌ ନୋଟିଫାଏଡ ଅଛି ତେବେ ଏହା ୧୦୦ ଗଜରୁ ଅଧିକ ହୋଇ ନ ଥିବ, ଯଦି ଏହା ନନ୍-ନୋଟିଫାଏଡ ତେବେ ଏହା ୧୦୦ ଗଜରୁ ଅଧିକ ହୋଇ ନ ଥିବ।
  • ପ୍ରାର୍ଥୀଙ୍କ ପାରିବାରିକ ଆୟ ୮ ଲକ୍ଷରୁ ଅଧିକ ହୋଇ ନ ଥିବ। ପରିବାରରେ ବାପାମାଆ, ଭାଇଭଉଣୀ (୧୮ ବର୍ଷ ପର୍ଯ୍ୟନ୍ତ), ସ୍ୱାମୀ ଏବଂ ପିଲାଙ୍କୁ (୧୮ ବର୍ଷ ପର୍ଯ୍ୟନ୍ତ) ଗଣନା କରାଯାଏ।

ଆମ ଦେଶରେ, ଅତିକମରେ ୮୦% ରୁ ଅଧିକ ଲୋକ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି, ଯେଉଁଠାରେ ଦରମା / ଆୟ ଜଣା ନାହିଁ। ଏ କ୍ଷେତ୍ରରେ ଆୟକୁ କମ୍ ଦେଖେଇବା ସହଜ ଅଟେ। ଯେଉଁ ବର୍ଷ ଆପଣ ନିଜ ଆୟ ୮ ଲକ୍ଷରୁ କମ୍ ଦେଖେଇବେ, ଆପଣଙ୍କ ପିଲା ତା’ ପର ବର୍ଷରେ EWS ସଂରକ୍ଷଣ ପାଇଁ ଯୋଗ୍ୟ ହେବେ। ଏଠାରେ କ୍ଲାସ୍-୧, କ୍ଲାସ୍-୨ ର କୌଣସି ମାନେ ନାହିଁ, କେବଳ ଟଙ୍କା ରହିବା ଉଚିତ ନୁହେଁ।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ