Advertisment

କାହିଁକି ଆସାମ-ମିଜୋରାମ ମଧ୍ୟରେ ଲାଗିରହୁଛି ସୀମା ବିବାଦ

୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।

କାହିଁକି ଆସାମ-ମିଜୋରାମ ମଧ୍ୟରେ ଲାଗିରହୁଛି ସୀମା ବିବାଦ

Assam-Mizoram border dispute

Advertisment

ନୂଆଦିଲ୍ଲୀ: ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଉତ୍ତର ପୂର୍ବ କହିଲେ ଆସାମ ଓ ପ୍ରିନ୍ସଲି ଷ୍ଟେଟ୍ ମଣିପୁର ଏବଂ ତ୍ରିପୁରାଙ୍କୁ ବୁଝାଉଥିଲା। ତେବେ ଏହି ଅଞ୍ଚଳରେ ଭିନ୍ନ ଭିନ୍ନ ଜନଜାତି ଓ ସଂପ୍ରଦାୟ ବାସ କରୁଥିବାରୁ ନିଜ ପରିଚୟ ବଜାୟ ରଖିବା ଲାଗି ସେମାନଙ୍କ ମଧ୍ୟରେ ସଦାସର୍ବଦା ସଂଘର୍ଷ ଲାଗି ରହୁଥିଲା। ଯାହାକୁ ଉଗ୍ରବାଦ କାର୍ଯ୍ୟକଳାପକୁ ଜନ୍ମ ଦେଇଥିଲା। ତେବେ ୧୯୬୨ ଚୀନ୍ ସହ ଯୁଦ୍ଧ ବେଳେ ଉଗ୍ରବାଦ କାର୍ଯ୍ୟ କଳାପ ଚରମସୀମାରେ ପହଞ୍ଚିଥିଲା। ଯାହାକି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। ତେଣୁ ଏହି ଅଞ୍ଚଳ ବାସବାସ କରୁଥିବା ଲୋକଙ୍କ ରାଜନୈତିକ ଆଶାଆକାଂକ୍ଷା ପୂରଣ ଓ ସେମାନଙ୍କ ସଂସ୍କୃତି ଓ ପରିଚୟ ବଜାୟ ରଖିବା ଓ ଉତ୍ତର-ପୂର୍ବ ସହ ଦେଶର ଅନ୍ୟଭାଗର ସମ୍ବନ୍ଧକୁ ସୁଦୃଢ଼ କରିବା ଲାଗି ଜନଜାତି ଓ ସଂସ୍କୃତି ଆଧାରରେ ଏହି ଅଞ୍ଚଳରେ ନୂଆ ନୂଆ ରାଜ୍ୟର ଗଠନ କରାଯାଇଥିଲା।

Advertisment

୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।

Advertisment

ରାଜନୈତିକ ସୀମାରେଖା ଜନଜାତି ଓ ସଂପ୍ରଦାୟିକ ସୀମାରେଖା ମଧ୍ୟରେ ଅସାମଞ୍ଜସ୍ୟ ହେତୁ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ବଢିଥିଲା। ଯେମିତିକି ବହୁ ସଂଖ୍ୟାରେ ମିଜୋ ଓ ନାଗା ଜନଜାତିର ଲୋକ ଆସାମରେ ରହିଯିବା କାରଣରୁ ଉଭୟ ମିଜୋରାମ ଓ ନାଗାଲାଣ୍ଡ ଏସବୁ ଅଞ୍ଚଳକୁ ନିଜର ବୋଲି ଦାବି କରୁଛନ୍ତି। ଫଳରେ ବର୍ଷ ବର୍ଷ ଧରି ଏସବୁ ରାଜ୍ୟ ମଧ୍ୟରେ ସୀମା ବିବାଦ ରହିଆସିଛି।

ଅନ୍ୟପକ୍ଷରେ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିନାହାନ୍ତି। ଆପୋଷ ଆଲୋଚନା ଦ୍ୱାରା ବିବାଦର ସମାଧାନ ଲାଗି ରାଜ୍ୟମାନେ ଉଦ୍ୟମ କରୁଥିଲେ ମଧ୍ୟ ତାହା ସମ୍ଭବ ହେଉନି। ସୀମା ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ୧୯୭୧ରେ ସୁନ୍ଦରମ କମିଶନ ଓ ୧୯୮୫ରେ ଶାସ୍ତ୍ରୀ କମିଶନ ଗଠନ କରିଥିଲେ। ତେବେ ରାଜ୍ୟମାନେ କମିଶନଙ୍କ ପ୍ରସ୍ତାବ ମାନିବାକୁ ମନା କରିଦେବାରୁ ବିବାଦର ସମାଧାନ ହୋଇପାରିନଥିଲା। ସେହିପରି ରାଜ୍ୟମାନେ ମଧ୍ୟ ତୃତୀୟ ପକ୍ଷ ମଧ୍ୟସ୍ଥାକୁ ବିରୋଧ କରିବା ସହ ନିଜ ନିଜ ମଧ୍ୟରେ ଆଲୋଚନା କରି ସମାଧାନର ବାଟ ଖୋଜିବାକୁ ପ୍ରାଥମିକତା ଦେଇଥିଲେ। ମାତ୍ର ଏଯାଏଁ ତାହା ସମ୍ଭବ ହୋଇପାରିନି।

Advertisment
India Assam Mizoram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ