Advertisment

ଆଇଏଏସ୍‌ ମାଡରେ...ହୋମଗାର୍ଡ ଗୁରୁତର

ଆଇଏଏସ୍‌ଙ୍କ ଘରେ ପଡିଥିଲା ହୋମଗାର୍ଡଙ୍କ ଡ୍ୟୁଟି । ରାସ୍ତା ଉପରେ ଡ୍ୟୁଟି କରିବାକୁ ଅଫିସର ଦେଲେ ନିର୍ଦ୍ଦେଶ । ହେଲେ ମାନିଲେନି ହୋମଗାର୍ଡ଼...ବାସ୍‌ ରାଗିଗଲେ ଅଫିସର, ମାରିଲେ ମାଡ । ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଅଛନ୍ତି ହୋମଗାର୍ଡ

ଅଦ୍ୟତନ ହୋଇଛି
Homeguard injured

Homeguard injured

Advertisment

ଦାଦାଗିରି ଦେଖାଇଲେ ଆଇଏଏସ୍‌ ଅଫିସର । କାର୍ଯ୍ୟରତ ହୋମଗାର୍ଡଙ୍କୁ ଆଲୁମିନିୟମ୍‌ ପାଇପ୍‌ରେ ପିଟିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ମାଡ ଖାଇବା ପରେ ସଂପୃକ୍ତ ପୋଲିସ କର୍ମଚାରୀ ଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଯାହାକୁ ନେଇ ଏବେ ପୂରା ବିହାର ଅଂଚଳରେ ଲାଗି ରହିଛି ଚର୍ଚ୍ଚା ।

Advertisment

ଆଇଏଏସ୍‌ ଅଫିସରଙ୍କ ଘରେ ହୋମଗାର୍ଡଙ୍କର ପଡିଥିଲା ଡ୍ୟୁଟି । ହେଲେ ରାସ୍ତାରେ ଛିଡା ହୋଇ ଡ୍ୟୁଟି କରିବାକୁ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ କହିଥିଲେ ଆଇଏଏସ୍‌ ଅଫିସର ଜଣକ । ହେଲେ ଏଇ କଥାରେ କୁଆଡେ ରାଜି ହୋଇନଥିଲେ ହୋମଗାର୍ଡ ଜଣକ । ତେବେ ବଡବାବୁଙ୍କ କଥାକୁ ସେ ମାନିନଥିବାରୁ ରାଗି ଯାଇଥିଲେ ଅଫିସର । ରାଗ ଏତେ ଅଧିକ ବଢିଥିଲା ଯେ ପୋଲିସ କର୍ମଚାରୀଙ୍କୁ ପିଟିବାକୁ ବି ସେ ପଛାଇ ନଥିଲେ । ଆଉ ଆଇଏଏସ୍‌ ଅଧିକାରୀଙ୍କ ମାଡ଼ ଖାଇବା ପରେ ଏବେ ମେଡିକାଲରେ ହୋମଗାର୍ଡଙ୍କର ଚାଲିଛି ଚିକିତ୍ସା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୋଲିସଙ୍କୁ ମାଡ ମାରିଥିବା ଆଇଏଏସ୍‌ ଅଫିସର ଜଣକ ହେଉଛନ୍ତି ବିହାରର ଛାପ୍ରା ‘ଡେପୁଟି ଡେଭ୍‌ଲପ୍‌ମେଣ୍ଟ୍‌ କମିସନର୍‌’ ପ୍ରିୟଙ୍କା ରାଣୀ । ତେବେ ଜଣେ ଆଇଏଏସ୍‌ ଅଫିସର ହୋଇଥିବା ପରେ ବି କେମିତି ଆଇନକୁ ନିଜ ହାତକୁ ନେଲେ ଆଉ ଏମିତି କାମ କଲେ ତାହାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ହୋମଗାର୍ଡ ସଂଘ ଧର୍ମଘଟ କରିବ ବୋଲି କହିଛି । ସେପଟେ ପୂରା ଘଟଣାକୁ କିନ୍ତୁ ଭିତ୍ତୀହିନ କହିଛନ୍ତି ପ୍ରିୟଙ୍କା ।

Advertisment

ତେବେ ପୂରା ଘଟଣାରେ ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା କିମ୍ବା କୌଣସି ଉଚ୍ଚସ୍ତରୀୟ ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ଜଣେ ଆଇଏଏସ୍‌ଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ ଆସିଥିବାରୁ ଚର୍ଚ୍ଚା ବଢିଛି ।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ