Advertisment

ମୁହଁ ଘୋଡ଼ାଇ ବସିଥିଲେ ୪ ମହିଳା : ଚେହେରା ନଦେଖି ଛୁଇଁକି ମାଆକୁ ଜାଣିଦେଲା କୁନି ପୁଅ

ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...

ଅଦ୍ୟତନ ହୋଇଛି
Special Story

Special Story

Advertisment

ମାଆ । ଅକ୍ଷର କମ । ହେଲେ ସଂପର୍କ ଅଧିକ । ମାଆର ତୁଳନା ନାହିଁ । ଛୁଆ ସହ ମାଆର ସମ୍ପର୍କ ଅନନ୍ୟ । ମାଆର ପଣତର ମହକ ଆଗରେ ଅତର ବାସ୍ନା ମଧ୍ୟ ଫିକା ପଡ଼ିଯାଏ । ତେବେ ନିକଟରେ ମାଆପୁଅର ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ‌ ହେଉଛି, ଯାହା ନିରୋଳା ସମ୍ପର୍କରକୁ ନୂଆ ରୂପ ଦେଇଛି । ମାଆକୁ ନଦେଖି ମଧ୍ୟ ପିଲା ଛୁଇଁ ପକାଉଛି ।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଚାରିଜଣ ମହିଳା ହଳଦୀ ରଙ୍ଗର ଶାଢ଼ି ପିନ୍ଧି ବସିଛନ୍ତି । ମହିଳାମାନେ ସେମାନଙ୍କର ମୁହଁକୁ ‌ଶାଢ଼ୀରେ ଘୋଡ଼ାଇ ରଖିଛନ୍ତି । ଗୋଟିଏ ପିଲା ହଠାତ ମହିଳାମାନେ ବସିଥିବା ଘରକୁ ଆସୁଛି । ୪ଜଣଙ୍କୁ ଦେଖିବା ପରେ ସେ ପ୍ରଥମେ ନିଜ ମାଆଙ୍କୁ ଚିହ୍ନିବା ପାଇଁ ଏପଟ ସେପଟ ହେଉଛି । ୪ ଜଣ ମହିଳା ଶିଶୁଟିକୁ ହାତଠାରି ଡାକିବା ସହ ପାଖକୁ ଆସିବାକୁ କହୁଛନ୍ତି। ପ୍ରଥମେ ଶିଶୁଟି ଜଣେ ମହିଳାଙ୍କ ପାଖକୁ ଚାଲିଯାଇଥିଲେ ବି ପରେ ସେ ତାଙ୍କ ମାଆ ନୁହନ୍ତି ବୋଲି ଜାଣି ପାରୁଛି। ତୁରନ୍ତ ତଳକୁ ଓହ୍ଲାଇ ଆସୁଛି। ଏହା ପରେ କିଛି ସମୟ ଏପଟ ସେପଟ ହୋଇ ନିଜ ଜନ୍ମକଲା ମାଆକୁ ଖୋଜିପାଇ ଯାଉଥିବା ଦେଖିବାକୁ ମିଳୁଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସ୍ପର୍ଶ କରି ନିଜ ମାଆଙ୍କୁ ଚିହ୍ନିବା ସହଜ। ଯେମିତି ଅତି ସହଜରେ ନିଜ ମାଆକୁ ଖୋଜି ପାଇପାରିଛି ଏ ଶିଶୁ। ମୁହିଁ ଘୋଡ଼ାଇ ହୋଇ ବସିଥିବା ୪ ଜଣ ମହିଳାଙ୍କ ମଧ୍ୟରୁ ନିଜ ମା’ଙ୍କୁ ଜଣେ ପିଲା ଚିହ୍ନି ନେଉଛି। ମୁହଁ ଦିଶୁନଥିଲେ ବି ନିଜ ମାଆକୁ ଖୋଜି ପାଇଯାଉଛି । ତେବେ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ୟୁଜର୍ସ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ