Advertisment

ଜମିଥିଲା ୫ ଫୁଟ୍‌ର ବରଫ, ଖାତିର କଲେନି...ଚାଲି ଚାଲି ପହଞ୍ଚାଇଲେ ପୋଲିଓ ଟିକା

ଜଣେ ସ୍ୱାସ୍ଥ୍ୟକର୍ମୀ ୫ ଫୁଟ୍‌ ଗଭୀର ବରଫ ମଧ୍ୟରେ ଯାଇ ଶିଶୁଙ୍କ ନିକଟରେ ପୋଲିଓ ଟିକା ପହଞ୍ଚାଇଥିଲେ।

ଅଦ୍ୟତନ ହୋଇଛି
Polio Vaccine

Polio Vaccine

Advertisment

ଜମିଥିଲା ପ୍ରାୟ ୫ ଫୁଟ୍‌ର ବରଫ। ଜାରି ରହିଥିଲା ତୁଷାରପାତ। କିନ୍ତୁ ଏହା ସତ୍ତ୍ୱେ ବି ହାର ମାନି ନ ଥିଲେ ସ୍ୱାସ୍ଥ୍ୟକର୍ମୀ। ଏତେ ସବୁ ଅପ୍ରୀତିକର ସ୍ଥିତି ସତ୍ତ୍ୱେ ଛୋଟ ଶିଶୁଙ୍କୁ ପୋଲିଓ ଟିକା ଦେବା ପାଇଁ ପହଞ୍ଚିଥିଲେ ସ୍ୱାସ୍ଥ୍ୟକର୍ମୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେଉଛି।

Advertisment

ପାଞ୍ଚ ବର୍ଷରୁ କମ୍‌ ପିଲାଙ୍କୁ ପୋଲିଓ ଟିକା ଦେବା ପାଇଁ ମାର୍ଚ୍ଚ ୩ରୁ ଦେଶବ୍ୟାପୀ କରାଯାଇଥିଲା ପଲ୍ସ ପୋଲିଓ ଡ୍ରାଇଭ୍‌। ପାଞ୍ଚ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ନିକଟରେ ପୋଲିଓ ଟିକା ପହଞ୍ଚିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ନିରନ୍ତର ଚେଷ୍ଟା କରିଥିଲେ ସ୍ୱାସ୍ଥ୍ୟକର୍ମୀ। ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜାମ୍ମୁ କାଶ୍ମୀରର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା କି ଜଣେ ସ୍ୱାସ୍ଥ୍ୟକର୍ମୀ ୫ ଫୁଟ୍‌ ଗଭୀର ବରଫ ମଧ୍ୟରେ ଯାଇ ଶିଶୁଙ୍କ ନିକଟରେ ପୋଲିଓ ଟିକା ପହଞ୍ଚାଇଥିଲେ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛୁ କି, ଜଣେ ସ୍ୱାସ୍ଥ୍ୟକର୍ମୀ ନୀଳ ରଙ୍ଗର ଏକ ପୋଲିଓ ଭ୍ୟାକ୍ସିନ୍‌ ବକ୍ସ ଧରି ପ୍ରାୟ ୪-୫ ଫୁଟ୍‌ର ଗଭୀର ବରଫ ମଧ୍ୟରେ ଯାଉଛନ୍ତି। ଯେତେବେଳେ କ୍ୟାମେରା ବୁଲା ଯାଉଛି ସେତେବେଳେ ଦେଖିବାକୁ ମିଳିଛୁ କି ସୁଖନାଇ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ର ସହ ସମଗ୍ର ଅଞ୍ଚଳ ପୂରା ବରଫରେ ଆଚ୍ଛାଦିତ। ତେବେ ଏହି ଭିଡିଓର ଶେଷରେ କିଛି ଶିଶୁଙ୍କ ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖିବାକୁ ମିଳୁଛି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରି ଅଲ୍‌ ଇଣ୍ଡିଆ ରେଡିଓ ଲେଖିଛି କି, ପ୍ରତ୍ୟେକ ଶିଶୁ ଯେପରି ପୋଲିଓରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବେ ସେଥିପାଇଁ ଜାମ୍ମୁ କାଶ୍ମୀରର କିଶୱାର ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ସାହସର ସହ ୪-୫ ଫୁଟ୍‌ ବରଫକୁ ଅତିକ୍ରମ କରି ପାଞ୍ଚ ବର୍ଷରୁ କମ୍‌ ପ୍ରତ୍ୟେକ ଶିଶୁଙ୍କ ପାଖରେ ପୋଲିଓ ଟିକା ପହଞ୍ଚାଇଥିଲେ।

Advertisment
Health Worker Polio Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ