Advertisment

କଂଗ୍ରେସକୁ ବାଏ ବାଏ କରିଥିଲେ, ଏବେ ପଦ୍ମ ଧରିବେ ହାର୍ଦ୍ଦିକ ପଟେଲ

କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Hardik Patel To Join BJP

Hardik Patel To Join BJP

Advertisment

କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି। ବିଜେପି ସୂତ୍ରରୁ ଏହି ସୂଚନା ମିଳିଛି। ହେଲେ ଏହା ପୂର୍ବରୁ ନିକଟରେ ହାର୍ଦ୍ଦିକ କହିଥିଲେ ଯେ, ବର୍ତ୍ତମାନ ମୁଁ ବିଜେପିରେ ନାହିଁ। ଯଦି ଏପରି କିଛି ହୁଏ, ତା’ହେଲେ ଆପଣଙ୍କୁ ଜଣାଇବି। 

Advertisment

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। କଂଗ୍ରେସ ଛାଡ଼ିବା ପରେ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ହାର୍ଦ୍ଦିକଙ୍କୁ ପ୍ରଶ୍ନ ପଚରାଯାଇଥିଲା। ସେ ଉତ୍ତରରେ ସ୍ପଷ୍ଟ ଜବାବ ଦେଇନଥିଲେ ମଧ୍ୟ ଯୋଗ ଦେବାକୁ ମନା ମଧ୍ୟ କରିନଥିଲେ। 

ହାର୍ଦ୍ଦିକ ଗଣମାଧ୍ୟମକୁ କହିଥିଲେ ଯେ, ନିର୍ବାଚନ ଆସିଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖି ପାରିବେ। ପଟିଦାର ନେତା କେବେ ଏବଂ କେଉଁ ଦଳରେ ଯୋଗ ଦେବେ, ଯେତେବେଳେ ନିଷ୍ପତ୍ତି ନିଆଯିବ, ତାହା ସମସ୍ତେ ଜାଣିପାରିବେ। ଏବେ ଯାଏ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଲୋକଙ୍କ ମଧ୍ୟରେ ରହିବା ଓ ସର୍ବୋତ୍ତମ ବିକଳ୍ପ ବାଛିବା ହେଉଛି ତାଙ୍କର ଉଦ୍ଦେଶ୍ୟ ବୋଲି ହାର୍ଦ୍ଦିକ କହିଥିଲେ। 

Advertisment

କପିଲ୍ ସିବଲଙ୍କ ଭଳି ବହୁ ବରିଷ୍ଠ କଂଗ୍ରେସ ନେତା ଇତିମଧ୍ୟରେ କଂଗ୍ରେସକୁ ବାଏ ବାଏ କରି ସାରିଲେଣି । ହାର୍ଦ୍ଦିକ ପଟେଲ୍, ସୁସ୍ମିତା ଦେବ୍, ଜିତିନ୍ ପ୍ରସାଦ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଖୁସବୁ ସୁନ୍ଦର, ନାରାୟଣ ରାଣେ, ପ୍ରିୟଙ୍କା ଚତୁର୍ବେଦୀ, ହିମନ୍ତ ବିଶ୍ୱଶର୍ମା, ଆର୍.ପି.ଏନ୍. ସିଂହ, ରିତା ବହୁଗୁଣା ଯୋଷୀ ଏବଂ ସୁନୀଲ ଝାଖର ପ୍ରମୁଖ ଇତି ମଧ୍ୟରେ କଂଗ୍ରେସ ଛାଡ଼ିଛନ୍ତି।

BJP Congress Hardik Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ