Advertisment

ଦିନେ ବିରୋଧ କରୁଥିଲେ, ଆଜି ଯୋଗ ଦେଲେ

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।

ଅଦ୍ୟତନ ହୋଇଛି
Hardik Patel

Hardik Patel

Advertisment

ବିଜେପିରେ ଯୋଗଦେଲେ ଗୁଜୁରାଟର ଯୁବନେତା ହାର୍ଦ୍ଦିକ ପଟେଲ । ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ । କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ସାମିଲ ହୋଇଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଥିଲା । 

Advertisment

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। କଂଗ୍ରେସ ଛାଡ଼ିବା ପରେ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ହାର୍ଦ୍ଦିକଙ୍କୁ ପ୍ରଶ୍ନ ପଚରାଯାଇଥିଲା। ସେ ଉତ୍ତରରେ ସ୍ପଷ୍ଟ ଜବାବ ଦେଇନଥିଲେ ମଧ୍ୟ ଯୋଗ ଦେବାକୁ ମନା ମଧ୍ୟ କରିନଥିଲେ। 

ହାର୍ଦ୍ଦିକ ଗଣମାଧ୍ୟମକୁ କହିଥିଲେ ଯେ, ନିର୍ବାଚନ ଆସିଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖି ପାରିବେ। ପଟିଦାର ନେତା କେବେ ଏବଂ କେଉଁ ଦଳରେ ଯୋଗ ଦେବେ, ଯେତେବେଳେ ନିଷ୍ପତ୍ତି ନିଆଯିବ, ତାହା ସମସ୍ତେ ଜାଣିପାରିବେ। ଏବେ ଯାଏ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଲୋକଙ୍କ ମଧ୍ୟରେ ରହିବା ଓ ସର୍ବୋତ୍ତମ ବିକଳ୍ପ ବାଛିବା ହେଉଛି ତାଙ୍କର ଉଦ୍ଦେଶ୍ୟ ବୋଲି ହାର୍ଦ୍ଦିକ କହିଥିଲେ। 

Advertisment
BJP Hardik Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ