Advertisment

ଭାବିନା ପଟେଲଙ୍କୁ ୩ କୋଟି ଦେବ ଗୁଜୁରାଟ୍‌ ସରକାର

ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ

 Bhavina Patel

Bhavina Patel

Advertisment

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ। ଭାବିନାଙ୍କ ସଫଳତା ପରେ ଗୁଜରାଟ ମେହେସାନାରେ ଖୁସିର ଲହରି ଖେଳି ଯାଇଛି। ପରିବାର, ପରିଜନ, ବନ୍ଧୁ ଓ କହିବାକୁ ଗଲେ ପୁରା ସହର ସେଲିବ୍ରେସନ୍ କରୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ତେବେ ଭାରତ ପାଇଁ ଗର୍ବ ଆଣିଛନ୍ତି ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ସିଲଭର ମିଳିଛି। ପାରାଲିମ୍ପିକ୍ସ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ।

Advertisment

ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାବିନାଙ୍କ ବ୍ୟାକହେଣ୍ଡ, ସ୍ପେନ୍ ଓ ଷ୍ଟ୍ରୋତ୍‌ର ଚତ୍ମକାର ଖେଳ ଆଜି ଦେଖିବାକୁ ମିଳିଛି। ଭାବିନାଙ୍କ ସଫଳତା ପରେ ଗୁଜରାଟ ମେହେସାନାରେ ଖୁସିର ଲହରି ଖେଳି ଯାଇଛି। ପରିବାର, ପରିଜନ, ବନ୍ଧୁ ଓ କହିବାକୁ ଗଲେ ପୁରା ସହର ଏକରକମ ସେଲିବ୍ରେସନ୍ କରୁଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବିନାଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଐତିହାସିକ ରୌପ୍ୟ ପଦକ ଦେଶବାସୀ ଗର୍ବ ଓ ଗୌରବ ଆଣିଛି। ତାଙ୍କ ଜୀବନ ଯାତ୍ରା ଅନ୍ୟଙ୍କ ପାଇଁ ଉଦାହରଣ ବୋଲି ମୋଦି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment
Bhavina Patel Gujarat Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ