GST Council Metting Tax Levy On These Iteams
ଗୁଡ୍ସ ଆଣ୍ଡ୍ ଟ୍ୟାକ୍ସ କାଉନସିଲ୍(GST Council) ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଛି। ୪୮ତମ ଜିଏସ୍ଟି ପରିଷଦ ବୈଠକ(GST Council Metting)ରେ ପାନ-ମସାଲା, ଗୁଟ୍ଖା ଭଳି ଜିନିଷ ଉପରେ ଅତିରିକ୍ତ ଟିକସ ଲାଗୁ ପାଇଁ ବିଚାର କରାଯାଇପାରେ। ସୂଚନାଥାଉ କି, ଗ୍ରୁପ୍ ଅପ୍ ମିନିଷ୍ଟର୍ସ(GoM)ର ରିପୋର୍ଟରେ ଗୁଟ୍ଖା କମ୍ପାନୀ ଗୁଡ଼ିକ ଟ୍ୟାକ୍ସ ଫାଙ୍କିବା ନେଇ ଉଲ୍ଲେଖ କରାଯାଇଛି। ଏହାସହ ଅତିରିକ୍ତ ଟ୍ୟାକ୍ସ ଲାଗୁ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
୩୮ ଜିନିଷ ଉପରେ ପ୍ରସ୍ତାବ...
ବିଜ୍ନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ଏକ ‘ବିଶିଷ୍ଟ ଟ୍ୟାକ୍ସ ଆଧାରିତ ଲେଭି’ର ପ୍ରସ୍ତାବ ଦେଇଛନ୍ତି। ପ୍ୟାନେଲ୍ ମୋଟ୍ ୩୮ ଜିନିଷ ଉପରେ ଅତିରିକ୍ତ ଟ୍ୟାକ୍ସ ଲଗାଇବା ପାଇଁ ପ୍ରସ୍ତାବ ଦେଇଛି। ଏଥିରେ ପାନ-ମସାଲା, ହୁକ୍କା, ଚିଲମ୍, ଅନ୍ୟ ତମାଖୁ ଭଳି ଜିନିଷ ସାମିଲ କରାଯାଇଛି। ଏହିସବୁ ଜିନିଷ ଗୁଡ଼ିକର ଖୁଚୁରା ବିକ୍ରୟ ମୂଲ୍ୟରେ ୧୨%ରୁ ୬୯% ପର୍ଯ୍ୟନ୍ତ ଅତିରିକ୍ତ ଟିକସ ଆଦାୟ ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଏହିସବୁ ଜିନିଷ ଉପରେ ୨୮% ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହୋଇଛି।
୩୮ ଜିନିଷ ଉପରେ ଅତିରିକ୍ତ ଟ୍ୟାକ୍ସ ଲଗାଇବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ଯଦି ଏସବୁକୁ ମଞ୍ଜୁରୀ ମିଳେ ତା’ହେଲେ ରିଟେଲର ଓ ଡିଷ୍ଟ୍ରିବ୍ୟୁଟର୍ସ ଯେଉଁ ଟ୍ୟାକ୍ସ ଫାଙ୍କୁ ଥିଲେ ଏହାକୁ ରୋକାଯାଇ ପାରିବ।
କେତେ ବଢ଼ିବ ଟ୍ୟାକ୍ସ...
ଉଦାହରଣ ସ୍ୱରୂପ, ଯଦି ୫ ଟଙ୍କାର ପାନ-ମସାଲା ପ୍ୟାକେଟ୍ ଉପରେ ନିର୍ମାତା ୧.୪୬ ଟଙ୍କା ଜିଏସ୍ଟି ଦେଉଛନ୍ତି। ତା’ହେଲେ ଡିଷ୍ଟ୍ରିବ୍ୟୁଟର୍ସ ୦.୮୮ ପଇସା ଦେଉଛନ୍ତି। ଏହିପରି ମୋଟ୍ ୨ ଟଙ୍କା ୩୪ ପଇସା ଟ୍ୟାକ୍ସ ଦେବାକୁ ପଡ଼ୁଛି। ବର୍ତ୍ତମାନ ପ୍ରସ୍ତାବିତ ପଦକ୍ଷେପ ଅନୁସାରେ, ଟ୍ୟାକ୍ସ ୨ ଟଙ୍କା ୩୪ ପଇସାରୁ ଅଧିକ ରହିବ। କିନ୍ତୁ ନିର୍ମାତା ୨ଟା ୦୬ ପଇସା ଓ ଡିଷ୍ଟ୍ରିବ୍ୟୁଟର୍ସ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ୦.୨୮ ପଇସା ଦେବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671251333.jpg)