Advertisment

୨ ବର୍ଷରେ ସାରା ଦେଶରେ 5G ସେବା, ମାତ୍ର ୩୫ ସେକେଣ୍ଡରେ ଡାଉନ୍‌ଲୋଡ୍‌ ହେବ ଫାଇଲ୍‌

ଅକ୍ଟୋବର ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବାକୁ ଯାଉଛି। ଦେଶରେ ଦୀପାବଳି ସୁଦ୍ଧା 5G ଲଞ୍ଚ୍ କରିବାକୁ ପୂର୍ବରୁ ଜିଓ ମଧ୍ୟ ଘୋଷଣା କରିସାରିଛି।

ଅଦ୍ୟତନ ହୋଇଛି
Govt Says On 5G Service To Cover Entire Country In 2 Years

Govt Says On 5G Service To Cover Entire Country In 2 Years

Advertisment

ପ୍ରାୟ ୨ ବର୍ଷରେ ସାରା ଦେଶରେ ମିଳିବ 5G ସେବା। ଏନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶରେ ଖୁବ୍‌ଶୀଘ୍ର 5G ଲଞ୍ଚ୍ ହେବାକୁ ଯାଉଥିବା ବେଳେ ପ୍ରାୟ ୨ ବର୍ଷ ଭିତରେ ସାରା ଦେଶରେ ସେବା ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିଲାଗି ୩୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ।

Advertisment

ଅକ୍ଟୋବର ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବାକୁ ଯାଉଛି। ଦେଶରେ ଦୀପାବଳି ସୁଦ୍ଧା 5G ଲଞ୍ଚ୍ କରିବାକୁ ପୂର୍ବରୁ ଜିଓ ମଧ୍ୟ ଘୋଷଣା କରିସାରିଛି। 5G ସେବା ଆରମ୍ଭ  ହେଲେ, 3Gଠୁ ୩୦ ଗୁଣ ଓ 4Gଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ। ଆବଶ୍ୟକ ସ୍ଥଳେ ଏହି ସ୍ପିଡ୍‌ ୧୦୦ ଗୁଣା ଯାଏ ଯାଇପାରେ ବୋଲି କୁହାଯାଉଛି।

ୟୁଜର୍ସଙ୍କ ପାଇଁ 5G ଡାଉନଲୋଡ୍ ସ୍ପିଡ୍‌ ବଢ଼ାଇବ। 2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ୍‌ ହେବା ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଛି। ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍‌ ହେବା ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ। 

Advertisment

ସୂଚନାଥାଉ କି, ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ। ଦେଶର କିଛି ପ୍ରମୁଖ ସହରରେ ପ୍ରାରମ୍ଭିକ ଭାବେ ଏହି ସେବା ଯୋଗାଇ ଦିଆଯିବ ବୋଲି ଗତ ଅଗଷ୍ଟରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ। ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହର ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ହାଇସ୍ପିଡ୍ ମୋବାଇଲ ସେବା ମିଳିପାରିବ। ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ଏହି ସେବା ମିଳିପାରିବ ବୋଲି ଅମ୍ବାନୀ ଘୋଷଣା କରିଥିଲେ। 

5G Internt Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ