Advertisment

ପନିପରିବା ଚାଷ କଲେ ମିଳୁଛି ଟଙ୍କା ! ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କା ସରକାରଙ୍କ ପଦକ୍ଷେପ

ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ସରକାର ସମସ୍ତ ନାଗରିକଙ୍କୁ ନିଜସ୍ୱ ପନିପରିବା ଚାଷ କରିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ସରକାର ଜମି ଅନୁଯାୟୀ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଏହା କୃଷି ଉତ୍ପାଦନରେ ଉନ୍ନତି ଆଣିବ ବୋଲି ସରକାର କହିଛନ୍ତି ।

ଅଦ୍ୟତନ ହୋଇଛି
Sri Lankans

Sri Lankans

Advertisment

ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ଅଭାବ ମଧ୍ୟରେ ପନିପରିବା ମୂଲ୍ୟ ଆକାଶଛୁଆଁ ହୋଇଛି । ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ନିଜ ଓ ପରିବାର ପାଇଁ ପନିପରିବା ଚାଷ କରିବାକୁ ଦେଶର ନାଗରିକଙ୍କୁ ଅନୁରୋଧ କରିଛନ୍ତି ସରକାର । ତେବେଲୋକଙ୍କୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି । କୌଣସି ବ୍ୟକ୍ତି ପ୍ରାୟ ୫୦୫ ବର୍ଗ ମିଟର ଅଞ୍ଚଳରେ ପନିପରିବା ଚାଷ କଲେ ତାଙ୍କୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି । ସହ-କ୍ୟାବିନେଟର ମୁଖପାତ୍ର ତଥା ବୃକ୍ଷରୋପଣ ମନ୍ତ୍ରୀ ଡକ୍ଟର ରମେଶ ପଥିରାନା ଏହି ସୂଚନା ଦେଇଛନ୍ତି ।

Advertisment

ସର୍ବାଧିକ ଏକ ଏକର ପର୍ଯ୍ୟନ୍ତ ଜମିରେ ପନିପରିବା ଚାଷ କଲେ ସରକାର ୧୦ ହଜାର ଟଙ୍କା ଭତ୍ତା ପ୍ରଦାନ କରିବେ । ଶ୍ରୀଲଙ୍କାର ସଙ୍କଟଗ୍ରସ୍ତ କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ମୁଣ୍ଡପିଛା ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସଙ୍କଟ ସମୟରେ କିଛି ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବା କହିଛନ୍ତି ମନ୍ତ୍ରୀ । ତେବେ ଏପରି ସମୟରେ ସମ୍ମାନର ସହିତ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ଏହି ସୁବିଧା ଗୁଡ଼ିକର ଉପଯୋଗ କରିବାକୁ ଅନୁରୋଧ କରାଯାଇଛି । କୃଷି ଏବଂ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି । ଏଥିପାଇଁ ସମସ୍ତ ଶ୍ରୀଲଙ୍କାବାସୀଙ୍କ ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ସରକାର ।

ଦେଶରେ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଚାଷ କରାଯିବ ବୋଲି କିଛି ସମୟ ପୂର୍ବରୁ କହିଥିଲେ ଶ୍ରୀଲଙ୍କା ସରକାର । ତେବେ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଥିଲା । ଏହା ଶ୍ରୀଲଙ୍କାର ଖାଦ୍ୟ ସଙ୍କଟକୁ ଆହୁରି ଗଭୀର କରିବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଥିଲେ । ଖାଦ୍ୟ ସଙ୍କଟ ସମ୍ପର୍କରେ କିଛି ସରକାରୀ କର୍ମଚାରୀ ମଧ୍ୟ ସରକାରଙ୍କୁ ସତର୍କ କରାଇଥିଲେ, ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।

Advertisment

ତେବେ ବର୍ତ୍ତମାନ ରାସାୟନିକ ସାର ଉପରେ ଥିବା ନିଷେଧାଦେଶକୁ ରଦ୍ଦ କରି କୃଷି ରସାୟନ ଆମଦାନୀକୁ ଅନୁମତି ଦିଆଯାଇଛି । ତଥାପି ଚାଷ ପାଇଁ ଦେଶରେ ସାର ମିଳୁନାହିଁ ।

SriLanka Inflation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ