ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର, ଅଗଷ୍ଟ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୧୧,୮୨୪ କୋଟି

ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି (ଫାଇଲ ଫଟୋ)

News Summary

ନମାମି ଗଙ୍ଗେ ୨.୦ ଯୋଜନାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି ମୋଦି ସରକାର

ଅର୍ଥ ବିଭାଗ ସମ୍ମୁଖରେ ନିକଟରେ ପ୍ରସ୍ତାବ ଅଛି, ଆସନ୍ତା ମାସରେ ଅନୁମୋଦନ ହେବ

ଅଗଷ୍ଟ ପର୍ଯ୍ୟନ୍ତ ନମାମି ଗଙ୍ଗେ ଯୋଜନା ପାଇଁ ସରକାର ୩୦ ହଜାର କୋଟି ଟଙ୍କା ଦେଇଛନ୍ତି

ନୂଆଦିଲ୍ଲୀ : ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି । ଖବ୍ ଶୀଘ୍ର ଏହାର ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହେବ । ନମାମି ଗଙ୍ଗେ ୨.୦ ପରିଯୋଜନା ପ୍ରସ୍ତାବ ଉପରେ ଇଏଫସି ବୈଠକରେ ବିଚାର କରାଯାଉଛି । ବର୍ତ୍ତମାନ ଏହି ପ୍ରସ୍ତାବ ଅର୍ଥ ବିଭାଗ ପାଖରେ ଅଛି । ଆସନ୍ତା ମାସ ମଧ୍ୟରେ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି।

ନମାମି ଗଙ୍ଗେ ପ୍ରକଳ୍ପ ପାଇଁ ସମୟସୀମା ଆହୁରି ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବ । ଆଉ ଏଥର ସଂପୂର୍ଣ୍ଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୧୩ ମେ ୨୦୧୫ରୁ ଏକ ବ୍ୟାପକ କାର୍ଯ୍ୟକ୍ରମ ଅଧିନରେ ଗଙ୍ଗା ନଦୀ ଓ ଏହାର ସହାୟକ ନଦୀର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ପରିଯୋଜନାକୁ ମଞ୍ଜଚୁରୀ ପ୍ରଦାନ କରାଯାଇଛି । ଏହି ଯୋଜନାକୁ ପାଞ୍ଚ ବର୍ଷରେ ପୂରା କରିବା ପାଇଁ ମୋଟ୍ ୨୦,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ତଥ୍ୟ ଅନୁସାରେ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ନମାମି ଗଙ୍ଗ ପ୍ରକଳ୍ପ ପାଇଁ ୩୦,୨୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ୧୧,୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅଗଷ୍ଟ ମାସ ସୁଦ୍ଧା ୧୬୭ ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି, ୧୪୫ଟି ପ୍ରକଳ୍ପ ଚାଲିଛି ଏବଂ ୨୮ଟି ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ ଚାଲିଛି ।

ସୂତ୍ର ଅନୁସାରେ ନମାମି ଗଙ୍ଗେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱେରେଜ୍ ପ୍ଲାଣ୍ଟ (ଏସଟିପି) ସମେତ ସମସ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ଏହଦ୍ୱାରା ତ୍ତରପ୍ରଦେଶରେ ଆଗ୍ରା, ମେରଟ, ସରହରନପୁର ପରି ସହର ଓ ବିହାରର ବକ୍ସର, ମୁଙ୍ଗର, ବେଗୁସରାଇ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବ ।