ମାତ୍ର ୬,୨୦୦ ଟଙ୍କାରେ iPhone 13 ଭଳି ଦେଖାଯାଉଥିବା ଫୋନ୍‌ ଲଞ୍ଚ କଲା Gionee

ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି। 

Gionee G13 Pro

ଅଧିକ ଡିମାଣ୍ଡରେ ଥିବା Apple iPhone 13 ଗତ‍ବର୍ଷ ଲଞ୍ଚ୍‌ ହୋଇଥିଲା। ଏହାର ଡିଜାଇନ୍‌ଠୁ ଆରମ୍ଭ କରି ଟେକ୍‌ନିକ୍‌ ସବୁକିଛି ହାଇ କ୍ଲାସ୍‌। ତେବେ ଏହାର ଦାମ୍‌ ଅଧିକ ହୋଇଥିବାରୁ ସମସ୍ତଙ୍କ ପକ୍ଷେ ଏହା କିଣିବା ସମ୍ଭବପର ନୁହେଁ। ହେଲେ ଆପଣ ଜାଣନ୍ତି କି, ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି। 

ଘଟଣାଟି ହେଲା, ଚୀନରେ Gionee ଏହାର 13 Pro ଲଞ୍ଚ୍‌ କରିଛି। Gionee 13 Pro ଫୋନ୍‌ Apple iPhone 13 ଭଳି ଦେଖିବାକୁ ହୋଇଥିବା ବେଳେ ଫୋନ୍‌ରେ HarmonyOS ରହିଛି। ଲୋକଙ୍କ କହିବା ଅନୁସାରେ, Gionee 13 Proକୁ ବର୍ତ୍ତମାନର ସବୁଠାରୁ iPhone-ey iPhone clone ବୋଲି କୁହାଯାଉଛି। ଫୋନ୍‌କୁ iPhone 13 ଭଳି ଡିଜାଇନ୍‌ କରାଯାଇଛି। ସବୁଠାରୁ ବଡ଼ କଥା, Gionee 13 Proର ଦାମ୍‌ Apple iPhone 13ର ଦାମ୍‌ ଠାରୁ ଯଥେଷ୍ଟ କମ୍‌। ଏହାକୁ ଆପଣ ୬,୨୦୦ ଟଙ୍କାରେ କିଣିପାରିବେ। ତେବେ ଏହା ଆଣ୍ଡ୍ରଏଡ୍‌ ଫୋନ୍‌ ନୁହେଁ।   


Gionee 13 Proରେ କ’ଣ ସବୁ ଫିଚର୍ସ ରହିଛି, ଜାଣନ୍ତୁ...