Advertisment

ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ପୋଲିସ୍‌ରେ ଭର୍ତ୍ତି ହେବାକୁ ପରୀକ୍ଷା ଦେଇ ଫେରୁଥିଲେ...

ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଦୁର୍ବୃତ୍ତମାନେ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

gang raped

gang raped

Advertisment

ମଥୁରା: ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଦୁର୍ବୃତ୍ତମାନେ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏତିକିରେ ସେମାନଙ୍କର ମନ ଶାନ୍ତି ହୋଇନଥିଲେ ଯେ, ଶେଷରେ ଚଳନ୍ତା ଗାଡ଼ିରୁ ଯୁବତୀଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦେଇଥିଲେ। ଉତ୍ତର ପ୍ରଦେଶର କୋସି କଲାନ୍‌ରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ପୋଲିସ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇ ଘରକୁ ଫେରୁ ଥିବାବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର କୋସି କଲାନ୍‌ରେ। ଘଟଣାକୁ ନେଇ ପୀଡ଼ିତାଙ୍କ ଭାଇ ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି। 

Advertisment

ପ୍ରଥମେ ଯୁବତୀଙ୍କୁ ମାର୍‌ପିଟ୍‌, ପରେ ଗଣଦୁଷ୍କର୍ମ....

ପୀଡ଼ିତା ଜଣକ ପୋଲିସ୍‌କୁ ଦେଇଥିବା ବୟାନ ଅନୁସାରେ, ଆଗ୍ରା ପୋଲିସ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଦେବା ଲାଗି ସେ ଯାଇଥିଲେ। ସେଠାରୁ ପରୀକ୍ଷା ଦେଇ କୋସି କଲାନ୍ ଫେରୁଥିଲେ। ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଗାଡ଼ି ମିଳିବାରେ ଅସୁବିଧା ହୋଇଥିଲା। ଶେଷରେ ଏକ କାର୍‌ ତାଙ୍କ ପାଖରେ ଅଟକି ଥିଲା ଓ ତାଙ୍କୁ ଲିଫ୍ଟ ଦେଇଥିଲା। ଏହି ସମୟରେ ପୂର୍ବରୁ ଗାଡ଼ି ଭିତରେ ଥିବା ୪ ଜଣ ଯୁବକ ଆଗ୍ରା-ଦିଲ୍ଲୀ ହାଇୱେ ଆସିବା କ୍ଷଣି ପ୍ରଥମେ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣକ ଏହାର ବିରୋଧ କରିବାରୁ ୪ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଯୁବତୀଙ୍କ ସହ ସେମାନେ ଗଣଦୁଷ୍କର୍ମ କରିଥିଲେ। 

ଗଣଦୁଷ୍କର୍ମ ପରେ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲେ....

ପୀଡ଼ିତା ଆହୁରି ଅଭିଯୋଗ ଆଣିଛନ୍ତି, ‘୪ ଯୁବକ ତାଙ୍କୁ ଚଳନ୍ତା ଗାଡ଼ିରୁ କୋସି କଲାନ୍‌ ହାଇୱେ ନିକଟରେ ଫିଙ୍ଗି ଗାଡ଼ି ଧରି ଫେରାର୍‌ ହୋଇଯାଇଥିଲେ।’ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। 

Advertisment

ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌....

ଘଟଣାକୁ ନେଇ ପୀଡ଼ିତାଙ୍କ ଭାଇ ପୋଲିସ୍‌ରେ ଅଭିଯୋଗ କରିବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ଧରିବା ଲାଗି ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। ଅଭିଯୁକ୍ତଙ୍କ ଚେହେରା ଓ କାର୍‌ ନମ୍ବର ଆଧାରରେ ପୋଲିସ୍‌ ସେମାନଙ୍କୁ ଧରିବା ଲାଗି ତଲାସ ଚଳାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରା ପଡ଼ିବେ ବୋଲି ପୋଲିସ୍‌ କହିଛି। 

Girl Gang Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ