Advertisment

ସୁଭାଷ ବୋଷଙ୍କ ଠାରୁ ବିପିନ ରାୱତଙ୍କ ପର୍ଯ୍ୟନ୍ତ . . .ଦେଶର ପ୍ରମୁଖ ବିମାନ ଦୁର୍ଘଟଣା, ପ୍ରାଣ ହରାଇଥିଲେ ଦେଶର ଚର୍ଚ୍ଚିତ ଚେହେରା

ଅତୀତରେ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍‌ଆର୍‌ ରେଡ୍ଡୀଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଏହା ସହ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେବି ବିବାଦ ରହିଛି।

ଅଦ୍ୟତନ ହୋଇଛି
crash

crash

Advertisment

ନୂଆଦିଲ୍ଲୀ : ତିନି ସେନାର ମୁଖ୍ୟ ବା ‘ଚିଫ୍ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାୱତଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ସାରା ଭାରତ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ଦୁଃଖଦ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦେଶର ବିଶିଷ୍ଟ ବ୍ୟକ୍ତି । କେବଳ ୨୦୨୧ ଡିସେମ୍ୱର ୮ ତାରିଖ ନୁହେଁ ଭାରତର ଶାନ୍ତ ଆକାଶ ଏମିତି ଅନେକ ମୃତ୍ୟୁର ଚିତ୍କାର ଶୁଣିଛି ।

Advertisment

୧୯୭୩ ମେ ୩୦ ତାରିଖରେ ଇନ୍ଦିରା ଗାନ୍ଧୀ ସରକାରରେ ଇସ୍ପାତ ମନ୍ତ୍ରୀ ଥିବା ମୋହନ କୁମାର ମଙ୍ଗଳମ୍‌ଙ୍କର ୫୬ ବର୍ଷ ବୟସରେ ନୂଆଦିଲ୍ଲୀରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

୧୯୮୦ ଜୁନ୍‌ ୨୩ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଦିଲ୍ଲୀ ସ୍ଥିତ ସଫଦରଗଞ୍ଜ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଅବିଳମ୍ବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Advertisment

୧୯୯୪ ଜୁଲାଇ ୯ ତାରିଖରେ ଉଡ଼ାଣ ଆରମ୍ଭ କରିବାର କେଇ ମୁହୂର୍ତ୍ତ ପରେ ହିମାଚଳ ପ୍ରଦେଶର ପର୍ବତମାଳାରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପଞ୍ଜାବର ତତ୍‌କାଳୀନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଏବଂ ତାଙ୍କ ପରିବାରର ୯ଜଣ ସଦସ୍ୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୦୦୧ ମେ ୮ ତାରିଖରେ କମ୍‌ ଦୃଶ୍ୟତା ହେତୁ ତୱାଙ୍ଗ୍‌ ନିକଟରେ ପବନ ହଂସ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅରୁଣାଚଳ ପ୍ରଦେଶର ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ଦେରା ନତୁଙ୍ଗ ଏବଂ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।

Advertisment

୨୦୦୧ ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶ ରାଜବଂଶଜ ଏବଂ ପୂର୍ବତନ କଂଗ୍ରେସ କ୍ୟାବିନେଟ୍‌ ମନ୍ତ୍ରୀ ମାଧବରାଓ ସିନ୍ଧିଆ ରାଲିରେ ଉଦ୍‌ବୋଧନ ଦେବାକୁ ଉତ୍ତର ପ୍ରଦେଶର କାନପୁର ଯାତ୍ରା କରୁଥିବା ବେଳେ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିଲେ।

୨୦୦୨ ମାର୍ଚ୍ଚ ୩ରେ ତତ୍‌କାଳୀନ ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ୍‌ ନେତା ଜି.ଏମ୍.ସି. ବାଳଯୋଗୀ ଆନ୍ଧ୍ରପ୍ରଦେଶରେ ହେଲିକପ୍ଟର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।

୨୦୦୪ ସେପ୍ଟେମ୍ବର ୨୨ରେ ମେଘାଳୟ ଗୋଷ୍ଠୀ ଉନ୍ନୟନ ମନ୍ତ୍ରୀ ସି. ସାଙ୍ଗମା, ତିନି ଜଣ ବିଧାୟକ ଏବଂ ଆଉ ଛଅ ଜଣ ମଧ୍ୟ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୨୦୦୫ ମାର୍ଚ୍ଚ ୩୧ରେ ହରିୟାଣା ମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଓ.ପି. ଜିନ୍ଦଲ୍‌ ଏବଂ ସୁରେନ୍ଦ୍ର ସିଂହ ଯାତ୍ରା କରୁଥିବା ହେଲିକପ୍ଟର୍‌ଟି ଉତ୍ତର ପ୍ରଦେଶର ସାହରଣପୁରରେ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

୨୦୦୯ ସେପ୍ଟେମ୍ବର ୩ ତାରିଖରେ ଚିତୂରଠାରେ ‘ବେଲ୍‌ ୪୩୦’ ହେଲିକପ୍ଟର୍‌ ଘନ ଅରଣ୍ୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଆନ୍ଧ୍ରପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ଘଟିଥିଲା।

୨୦୧୧ ଏପ୍ରିଲ୍‌ ୩୦ରେ ତୱାଙ୍ଗରୁ ଇଟାନଗର ଯାତ୍ରା କରୁଥିବା ବେଳେ ଅରଣ୍ୟ ଅଞ୍ଚଳରେ ହେଲିକପ୍ଟର୍‌ ଦୁର୍ଘଟଣା‌ ଘଟିବାରୁ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖଣ୍ଡୁ ଏବଂ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଚୀନ୍‌ ସୀମାନ୍ତବର୍ତ୍ତୀ ସେଲା ପାସ୍‌ରୁ ଖଣ୍ଡୁଙ୍କ ଶବ ଉଦ୍ଧାର କରାଯାଇଥିଲା।

୨୦୨୧ ମେ ୨୧ରେ ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଲାଙ୍ଗିନା ଗ୍ରାମର ଗୋଟାଏ ଖୋଲା ପଡ଼ିଆରେ ମିଗ୍‌-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନବ ଚୌଧୁରୀଙ୍କର ମୃତ୍ୟୁ ଘଟିଥିଲା।

ଅତୀତରେ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍‌ଆର୍‌ ରେଡ୍ଡୀଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଏହା ସହ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେବି ବିବାଦ ରହିଛି।

Special Story Plain Crashes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ