Four Members Of A Family Die By Suicide
ବିଷ ପିଇ ଜୀବନ ହାରିଲେ ପୁରା ପରିବାର। ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସିଟିର କୁଶାଇଗୁଡ଼ା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ- ସତୀଶ, ତାଙ୍କ ପତ୍ନୀ ବେଧା ଓ ସେମାନଙ୍କର ୨ ଶିଶୁ ନିଶିକେଥ୍(୯) ଏବଂ ନିହାଲ୍(୫)। ଶୁକ୍ରବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଶନିବାର ଦିନ ପୋଲିସ୍କୁ ସୂଚନା ମିଳିଥିଲା।
ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ସୂଚନା ଅନୁସାରେ, ବିଷ ପିଇ କୁଶାଇଗୁଡ଼ା ଅଞ୍ଚଳର ଗୋଟିଏ ପରିବାରର ବାପା, ମା’ ଓ ସେମାନଙ୍କର ୨ ଶିଶୁ ଆତ୍ମହତ୍ୟା କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଉଭୟ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ। ସେମାନଙ୍କର ଚିକିତ୍ସା କରାଯାଉଥିଲା, ହେଲେ ସେମାନେ ସୁସ୍ଥ ହୋଇପାରୁ ନଥିଲେ। ଫଳରେ ବାପାମା’ ଚିନ୍ତାରେ ଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679810248.jpg)