'ଭୁବନେଶ୍ୱର ଗସ୍ତକୁ କୌଣସି ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ'

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ଭୁଲ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ।

M Venkaiah Naidu

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ଭୁଲ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ସୋସିଆଲ୍ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଦେଶର କୌଣସି ପ୍ରାନ୍ତ ଓ ଭୁବନେଶ୍ୱର ଗସ୍ତକୁ କୌଣସି ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ।

ନିକଟରେ ଏସିଆନ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ରାଜଭବନରେ ରୁହନ୍ତି ଏବଂ ରାଜ୍ୟପାଳ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସୌଜନ୍ୟମୂଳକ ଭାବରେ ଭେଟିବାର ପରମ୍ପରା ରହିଛି ।

ଏହି ସୌଜନ୍ୟମୂଳକ ସାକ୍ଷାତରେ କୌଣସି ରାଜନୀତି ବିଷୟରେ ଆଲୋଚନା ହୋଇ ନାହିଁ । ସୌଜନ୍ୟମୂଳକ ସାକ୍ଷାତ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖାଯିବା ଉଚିତ ନୁହେଁ ଓ ଦେଶର ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଏଭଳି ରାଜନୈତିକ ବିବାଦ ଭିତରକୁ ଟାଣି ନେବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କୁହାଯାଇଛି ।