Advertisment

ସତ୍ୟେନ୍ଦ୍ର ଜେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Satyendar Jain

Satyendar Jain

Advertisment

ଆପ୍ ନେତା ସତ୍ୟେନ୍ଦ୍ର ଜେନଙ୍କୁ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସ୍ବାସ୍ଥ୍ୟଗତ କାରଣରୁ ସତ୍ୟେନ୍ଦ୍ର ଜେନଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ ଜାମିନ ଦେବା ସହ କିଛି ସର୍ତ୍ତ ମଧ୍ଯ ରଖିଛନ୍ତି । ଏହି ସମୟରେ ସେ ବିନା ଅନୁମତିରେ ଦିଲ୍ଲୀ ଛାଡ଼ି ଯାଇପାରିବେ ନାହିଁ । ଏହା ସହ ଗଣମାଧ୍ୟମ ଆଗରେ କୌଣସି ମନ୍ତବ୍ୟ ରଖିବେ ନାହିଁ । 

Advertisment

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦିଲ୍ଲୀର ଲୋକନାୟକ ଜେୟପ୍ରକାଶ ନାରାୟଣ ହସ୍ପିଟାଲର ICU ରେ ଭର୍ତ୍ତି ହୋଇଛନ୍ତି । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କର ଚିକିତ୍ସା ଚାଲିଛି । ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ ହୋଇ ଗତବର୍ଷ ମେ’ ମାସରୁ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ସତ୍ୟେନ୍ଦ୍ର ଜେନ୍ । 

ମନିଲଣ୍ଡରିଂ ମାମଲାରେ ଗତ ବର୍ଷ ମେ’ ୩୦ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଥିଲା। ସେହିଦିନ ଠାରୁ ସେ ତିହାର ଜେଲରେ ଅଛନ୍ତି। ଅବଶ୍ୟ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି କହିଆସୁଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସତ୍ୟେନ୍ଦ୍ର ଜୈନ କହିଛନ୍ତି।

Advertisment

ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଗତକାଲି ବାଥରୁମରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଦିନଦୟାଲ ଉପାଧ୍ୟାୟ ହସିପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ର ୨ ଦିନ ପୂର୍ବରୁ ମଧ୍ୟ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Bail Supreme Court Satyendar Jain AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ