Food Delivery Agent Thrashed Over Girl False Complaint In Bengaluru
ବେଙ୍ଗାଲୁରୁରେ ଫୁଡ୍ ଡେଲିଭରି ବୟଙ୍କୁ ମାଡ଼ ମରାଯିବା ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିଛି। ଜଣେ ୮ ବର୍ଷୀୟା ଝିଅ ଡେଲିଭରି ବୟଙ୍କ ବିରୋଧରେ ଅପହରଣ ଉଦ୍ୟମ ଓ ଜବରଦସ୍ତି ଛାତ ଉପର ନେବା ନେଇ ଅଭିଯୋଗ କରିଥିଲେ। ଏହାପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ଯୁବତୀଙ୍କ ବାପାମା’ଙ୍କ ସମେତ କିଛି ଲୋକ ଡେଲିଭରି ବୟଙ୍କୁ ପିଟିଥିଲେ। ତେବେ ପ୍ରକୃତ ସତ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।
ଛାତ ଉପରେ ଥିଲା ଝିଅ, ମିଳିବା ପରେ...
ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ ସିଟି ଆପାର୍ଟମେଣ୍ଟରେ ସୋମବାର ଦିନ ଏହି ଘଟଣା ଘଟିଥିଲା। ଝିଅକୁ ନପାଇ ଦମ୍ପତି ଚାରିଆଡ଼େ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ୮ ବର୍ଷୀୟା ଝିଅ ସୋସାଇଟିର ଛାତ ଉପରେ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ନିଜ ବାପାମା’ଙ୍କୁ କହିଥିଲେ, ଜଣେ ଫୁଡ୍ ଡେଲିଭରି ବୟ ତାଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ତେଣୁ ଫୁଡ୍ ଡେଲିଭରି ବୟଙ୍କଠୁ ବଞ୍ଚିବା ପାଇଁ ସେ ତାଙ୍କ ହାତକୁ ଦାନ୍ତରେ କାମୁଡ଼ି ଦେଇଥିଲେ।
ପଡ଼ୋଶୀ ଓ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କୁ ନାବାଳିକାଙ୍କ ବାପାମା’ ଘଟଣା ସମ୍ପର୍କରେ କହିବା ସହ ଗେଟ୍ ବନ୍ଦ କରି ଦେଇଥିଲେ। ଏହି ସମୟରେ ସମ୍ପୃକ୍ତ ନାବାଳିକା ଜଣେ ଡେଲିଭରି ଏଜେଣ୍ଟଙ୍କ ଆଡ଼କୁ ଇଶାରା କରିଥିଲେ, ଯିଏକି ସେହି ସମୟରେ ଆପାର୍ଟମେଣ୍ଟର କ୍ୟାମ୍ପସରେ ଥିଲେ। ଏହାପରେ ସମସ୍ତେ ମିଶି ଡେଲିଭରି ଏଜେଣ୍ଟଙ୍କୁ ମାଡ଼ ମାରିଥିଲେ।
ସିସିଟିଭି ଫୁଟେଜରେ ଜଣାପଡ଼ିଲା ସତ...
ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରେ ଦେଖିବାକୁ ମିଳିଥିଲା, ନାବାଳିକା ଜଣକ ଏକାକୀ ହିଁ ଛାତ ଉପରକୁ ଯାଇଥିଲେ ଓ ପରେ ସମସ୍ତଙ୍କୁ ମିଛ କହିଥିଲେ। ହେଲେ ତାଙ୍କର ଏହି ଗୋଟିଏ ମିଛ ପାଇଁ ଡେଲିଭରି ବୟଙ୍କୁ ବିନା କାରଣରେ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।
ବେଙ୍ଗାଲୁରୁ ଛାଡ଼ି ଦେବେ ଡେଲିଭରି ବୟ...
ଅନ୍ୟପକ୍ଷେ, ଉକ୍ତ ଡେଲିଭରି ବୟ କହିଛନ୍ତି, ‘ଏବେ ମୁଁ ସିକ୍ ଲିଭ୍ରେ ଅଛି। ମୋ କାନ୍ଧରେ ଯନ୍ତ୍ରଣା ହେଉଛି। ମୋର ବି ପିଲା ଅଛନ୍ତି, ତେଣୁ ବାପାମା’ଙ୍କ ଚିନ୍ତାକୁ ମୁଁ ବୁଝି ପାରୁଛି। ହେଲେ ମୁଁ ଜାଣିପାରୁନି ନାବାଳିକା ଜଣକ କାହିଁକି ଏଭଳି ମିଛ ଅଭିଯୋଗ ମୋ ବିରୋଧରେ ଆଣିଲେ। ଖୁବ୍ଶୀଘ୍ର ବେଙ୍ଗାଲୁରୁ ଛାଡ଼ି ଦେବି ଓ କିଛି ବ୍ୟକ୍ତିଗତ କାରଣ ଯୋଗୁ ଆସାମ ଯିବି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1686979380.jpg)