Advertisment

ଧମାକାଦାର ଅଫର୍‌: ଅଧା ଦାମ୍‌ରେ ମିଳୁଛି iPhone

ଇ-କମର୍ସର ସମସ୍ତ ଡିଲ୍‌ସ୍‌କୁ Flipkart ପ୍ଲସ୍‌ ମେମ୍ବର୍ସ ଆକ୍ସେସ୍‌ କରିପାରିବେ। ତେବେ ଅନ୍ୟ ୟୁଜର୍ସ ମଧ୍ୟ ଆଜି ରାତି ୧୨ଟାରୁ ଏହି ସେଲ୍‌ର ଫାଇଦା ଉଠାଇପାରିବେ।

ଅଦ୍ୟତନ ହୋଇଛି
Flipkart Sale: Discount On iPhone 11

Flipkart Sale: Discount On iPhone 11

Advertisment

ଆରମ୍ଭ ହୋଇଯାଇଛି Flipkart Big Billion Days Sale। ଇ-କମର୍ସର ସମସ୍ତ ଡିଲ୍‌ସ୍‌କୁ Flipkart ପ୍ଲସ୍‌ ମେମ୍ବର୍ସ ଆକ୍ସେସ୍‌ କରିପାରିବେ। ତେବେ ଅନ୍ୟ ୟୁଜର୍ସ ମଧ୍ୟ ଆଜି ରାତି ୧୨ଟାରୁ ଏହି ସେଲ୍‌ର ଫାଇଦା ଉଠାଇପାରିବେ। ଏହି ପ୍ଲାଟ୍‌ଫର୍ମରେ ଆପଣଙ୍କୁ ଅନେକ ଜିନିଷ ଉପରେ ଅଫର୍‌ ମିଳିବ। କିନ୍ତୁ  iPhoneକୁ ନେଇ ବେଶ୍‌ ଚର୍ଚ୍ଚା।

Advertisment

ଯଦି ଆପଣ ଶସ୍ତାରେ iPhone କିଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ଏହି ସେଲ୍‌ରେ iPhone 11 କିଣିପାରିବେ। ଏମିତିରେ ଆପଲ୍‌ iPhone 11 ଉପରେ ଡିସ୍‌କାଉଣ୍ଟ ଦେଇସାରିଛି। କିନ୍ତୁ Flipkart Saleରେ ଆପଣ ଏହାକୁ କିଣିପାରିବେ। ଷ୍ଟକ୍‌ ଉପଲ୍ଲବ୍ଧ ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। ଏହି ଫୋନ୍‌ ପ୍ରାରମ୍ଭିକ ମୂଲ୍ୟରେ ୩୦ ହଜାର ଟଙ୍କା କମ୍‌ ଦାମ୍‌ରେ ଉପଲ୍ଲବ୍ଧ। 

ଜାଣନ୍ତୁ, iPhone 11 ଉପରେ କ’ଣ ରହିଛି ଅଫର୍‌...

ଆଜିଠୁ Flipkartର Big Billion Days Sale ଆରମ୍ଭ ହୋଇଛି। ଏହି ସେଲ୍‌ରେ ଆପଣ iPhone 11କୁ ମାତ୍ର ୨୯,୯୯୦ ଟଙ୍କାରେ କିଣିପାରିବେ। ବ୍ୟାଙ୍କ୍‌ ଡିସ୍‌କାଉଣ୍ଟ ପରେ ଆପଣଙ୍କୁ ଏହି ଦାମ୍‌ରେ ଏହି ଫୋନ୍‌ ପାଇପାରିବେ। ସେଲ୍‌ରେ ICICI Bank, Axis Bank କାର୍ଡ ଉପରେ ୧୦%ର ଆଡିସନ୍‌ ଡିସ୍‌କାଉଣ୍ଟରେ ଉପଲ୍ଲବ୍ଧ। ଆପଲ୍‌ ଏହି ଫୋନ୍‌କୁ ୬୪,୯୦୦ ଟଙ୍କାରେ ଲଞ୍ଚ୍‌ କରିଥିଲା। 

Advertisment

iPhone 11ରେ କ’ଣ ରହିଛି ଫିଚର୍ସ...

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ଓ ଶସ୍ତାରେ iPhone କିଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ଆପଣ iPhone 11 କିଣିପାରିବେ। ତେବେ ଏହି ଫୋନ୍‌ରେ ଆପଣଙ୍କୁ 5G ନେଟ୍‌ୱର୍କ ସପୋର୍ଟ ମିଳିପାରିବ ନାହିଁ। ସେହିପରି  iPhone 12 Miniକୁ ଆପଣ ୩୫ ହଜାର ଟଙ୍କାରେ କିଣିପାରିବେ। ଏହି ଫୋନ୍‌ର ଦାମ୍‌ ୪୩,୯୦୦ ଟଙ୍କା ରହିଛି। ଯଦି ଆପଣ 5G ନେଟ୍‌ୱର୍କକୁ ଦୃଷ୍ଟିରେ ରଖି ଫୋନ୍‌ କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ iPhone 12 Mini କିଣିପାରିବେ।  iPhone 11ରେ Retina HD ଡିସ୍‌ପ୍ଳେ ରହିଛି। ଏହାସହ ଏହା A13 Bionic ଚିପ୍‌ସେଟ୍‌ରେ ମଧ୍ୟ କାମ କରୁଛି। ଏହି ଫୋନ୍‌ରେ 12MP ଡୁଆଲ୍‌ ରିଅର୍‌ କ୍ୟାମେରା ସେଟ୍‌ଅପ୍‌, ଫ୍ରଣ୍ଟ୍‌ରେ 12MPର ସେଲ୍‌ଫି କ୍ୟାମେରା ରହିଛି। 

(ବି.ଦ୍ର- ଫୋନ୍‌ କିଣିବା ପୂର୍ବରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ଡିସ୍‌କାଉଣ୍ଟର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା-Aaj Takର ରିପୋର୍ଟରୁ ଏହା ଉଦ୍ଧୃତ। ଏଥିପାଇଁ ଆମେ ଦାୟୀ ନୁହେଁ।)

Advertisment
Flipkart Sale Flipkart Big Billion Days Sale  iPhone  iPhone 11
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ