Muslim lady named son as Ram Rahim
ଭବ୍ୟ ସମାରୋହ। ଚାରିଆଡେ ବେଦମନ୍ତ୍ର ଧ୍ୱନି। ଅଯୋଧ୍ୟାରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ। ଏହାରି ଭିତରେ ଫିରୋଜାବାଦର ଏକ ହସ୍ପିଟାଲରେ ଜଣେ ମୁସଲମାନ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଯୋଧ୍ୟାରେ ରାମଲାଲାଙ୍କ ଆଗମନ ସହ ଶିଶୁପୁତ୍ରଟି ଜନ୍ମ ହୋଇଥିବାରୁ ପିଲାଟିର ନାମ କରଣ କରାଯାଇଛି ରାମ ରହିମ। ପ୍ରଭୁ ରାମଙ୍କ ଏହି ଅଦ୍ଭୁତ ଦିନକୁ ସ୍ମରଣୀୟ କରିବା ପାଇଁ ନବଜାତକର ପରିବାର ଲୋକ ପିଲାଟିର ଏପରି ନାମକରଣ କରିଛନ୍ତି।
ନବଜାତ ଶିଶୁର ପରିବାର ଲୋକ ଖୁବ୍ ଖୁସି ବୋଲି କହିଛନ୍ତି। ଶିଶୁଟିର ଜେଜେମା ହସନ ବାନୋ କହିଛନ୍ତି, 'ଆଜି ପ୍ରଭୁ ରାମ ଅଯୋଧ୍ୟାରେ ବସିଛନ୍ତି । ତେଣୁ ଆମେ ଆମର ପିଲାଙ୍କ ନାମ ରାମ ରହିମ ରଖିଛୁ । ଦେଶ ସାରା ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି । ମୋ ବୋହୂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି। ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ପୁଅର ନାମ 'ରାମ ରହିମ' ରଖିଛୁ ।'
ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡକ୍ଟର ନବୀନ ଜୈନ କହିଛନ୍ତି, ଆଜି ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ମେଡିକାଲ ପକ୍ଷରୁ ଉପହାର ସ୍ୱରୂପ ନୂତନ ପୋଷାକ ଦିଆଯିବ । ୧୧ରୁ ଅଧିକ ଘରୋଇ ନର୍ସିଂହୋମରେ ଏକାଧିକ ପିଲା ଜନ୍ମ ହୋଇଛନ୍ତି । ଏହାପୂର୍ବରୁ ୟୁପିର ସମ୍ୱଲରେ ଥିବା ସରକାରୀ ଡାକ୍ତରଖାନାରେ ନବଜାତ ଶିଶୁ ଜନ୍ମ ହୋଇଥିଲା, ସେତେବେଳେ ତାଙ୍କ ପରିବାର ଲୋକ ପୁଅର ନାମ ରାମ ରଖିଥିଲେ । କେବଳ ସେତିକି ନୁହେଁ, ନବଜାତ ଶିଶୁର ବେକରେ ଏକ ରାମନାମର ଲକେଟ୍ ଲଗାଇ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705915704.jpg)