Fight Between IndiGo Employees And Passenger, Video Goes Viral
ବିମାନ ଯାତ୍ରୀ ଓ ଷ୍ଟାଫ୍ଙ୍କ ମଧ୍ୟରେ ପାଟିତୁଣ୍ଡ କୌଣସି ନୂଆ କଥା ନୁହେଁ। ତା’ ବିମାନ ଭିତରେ ହେଉ କି ଏୟାରପୋର୍ଟ ଭିତରେ। ଏପରି ମଧ୍ୟ ସ୍ଥିତି ଉପୁଜିଛି ଯେ, ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛି। କିଛିଦିନ ପୂର୍ବେ ବିମାନ ଭିତରେ ଷ୍ଟାଫ୍ ଓ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଠି IndiGo ଏୟାରଲାଇନ୍ର କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ହାତାହାତି ହୋଇଥିଲା। ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପରେ ଏପରି ସ୍ଥିତି ଉପୁଜୁଥିବା ଜଣାପଡ଼ିଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ କିଛି IndiGo କର୍ମଚାରୀ ଜଣେ ଯାତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଯାତ୍ରୀ ଜଣକ ଇଣ୍ଡିଗୋ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଷ୍ଟାଫ୍ମାନେ ତାଙ୍କୁ ଅସୁବିଧାରେ ପକାଇ ଥିବାରୁ ସେ ଗାଳିଗୁଲଜ କରିଥିବା ଯାତ୍ରୀ ଜଣକ କହିଥିଲେ। ହେଲେ ସେପର୍ଯ୍ୟନ୍ତ ବିମାନ କର୍ମଚାରୀ ଚୁପ୍ ରହିବା ସହ ସମ୍ପୃକ୍ତ ଯାତ୍ରୀଙ୍କୁ କହିଥିଲେ- ‘ଗାଳିଗୁଲଜ କରିବା ପୂର୍ବରୁ ଅନ୍ତତଃପକ୍ଷେ ଆପଣ ନିଜର ବୟସ ଦେଖନ୍ତୁ’। ଏହାପରେ ଉକ୍ତ ଯାତ୍ରୀ ଏୟାରପୋର୍ଟ ବସ୍ ଅଭିମୁଖେ ଯାଇଥିଲେ ଓ କର୍ମଚାରୀମାନେ ଠିକ୍ ଭାବେ ସେମାନଙ୍କ କାମ କରୁନଥିବା କହିଥିଲେ। ଏପରିକି ତାଙ୍କ ସହ ନଲାଗିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ।
ଯାତ୍ରୀଙ୍କ ଏହି କଥାରେ ବିମାନ କର୍ମଚାରୀ ରାଗି ଯାଇ ତାଙ୍କୁ ବସ୍ ଭିତରକୁ ଛାଡ଼ି ନଥିଲେ। ତାଙ୍କୁ କାବୁ କରିଥିଲେ। ଏହାପରେ ଅନ୍ୟ କିଛି କର୍ମଚାରୀ ଆସି ତାଙ୍କୁ ଘେରି ଯିବାରୁ ଯାତ୍ରୀ ଜଣକ ଜଣେ କର୍ମଚାରୀଙ୍କ ଉପରକୁ ହଠାତ୍ ଆକ୍ରମଣ କରିଥିଲେ। ଏପରିକି କର୍ମଚାରୀଙ୍କ ତଣ୍ଟି ଧରି ପକାଇ କହିଥିଲେ- ତୁମର ସାହସ କେମିତି ହେଲା ମୋତେ ଠେଲିବା ପାଇଁ ? ଏହାପରେ ଅନ୍ୟ ଜଣେ ବିମାନ କର୍ମଚାରୀ ନିଜର କ୍ରୋଧକୁ ଆଉ କଣ୍ଟ୍ରୋଲ କରି ନପାରି ଯାତ୍ରୀଙ୍କୁ ଧରି ତଳେ ପଡ଼ି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ।
Ghar Ke Kalesh ପକ୍ଷରୁ ଟ୍ୱିଟରରେ ଏହି ଭିଡିଓକୁ ଶେୟାର କରାଯାଇଛି। କିଛି ୟୁଜର୍ସ ବିମାନ କର୍ମଚାରୀଙ୍କୁ ସପୋର୍ଟ କରିଥିବା ବେଳେ ଆଉ କିଛି ୟୁଜର୍ସ ଇଣ୍ଡିଗୋ ଏୟାରଲାଇନ୍ ଉପରେ ବର୍ଷିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1672738451.jpg)