Advertisment

କିଡ୍‌ନାପ୍‌ ନେଇ ଥାନାରେ FIR ଦେଲେ ବାପା, ଫେସ୍‌ବୁକ୍‌ରେ ଝିଅ ଲେଖିଲା- ‘GOT MARRIED, ଟେନ୍‌ସନ୍‌ ଦିଅନ୍ତୁନି ପାପା’

‘ପାପା, ମୁଁ ବାହା ହୋଇସାରିଛି। ଟେନ୍‌ସନ୍‌ ଦିଅନ୍ତୁନି’... ଭିଡିଓ ଓ ଫଟୋ ଛାଡ଼ି ଏଭଳି କିଛି କହିଛନ୍ତି ବିହାରର ଜଣେ ଯୁବତୀ। ଯୁବତୀ ଜଣକ ନିଜ ଅପହରଣ FIR ଘଟଣାକୁ ମିଥ୍ୟା ବୋଲି କହିଛନ୍ତି।

Girl Upload Video On Social Media Allegation Against Family

Girl Upload Video On Social Media Allegation Against Family

Advertisment

‘ପାପା, ମୁଁ ବାହା ହୋଇସାରିଛି। ଟେନ୍‌ସନ୍‌ ଦିଅନ୍ତୁନି’... ଭିଡିଓ ଓ ଫଟୋ ଛାଡ଼ି ଏଭଳି କିଛି କହିଛନ୍ତି ବିହାରର ଜଣେ ଯୁବତୀ। ବିହାରର ହାଜିପୁରରେ ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀ ଜଣକ ନିଜ ଅପହରଣ FIR ଘଟଣାକୁ ମିଥ୍ୟା ବୋଲି କହିଛନ୍ତି। ଏହାସହ ସେ ପୋଲିସ୍‌ର ସହାୟତା ଲୋଡ଼ିଛନ୍ତି। 

Advertisment

ଭିଡିଓ ଯାଞ୍ଚ ପରେ ଜଣାପଡ଼ିଥିଲା, ଭିଡିଓରେ ନଜର ଆସିଥିବା ଯୁବତୀ ଜଣକ ଗୋରୌଲ ଥାନା ଅନ୍ତର୍ଗତ ମଲିକାପୁରା ଅଞ୍ଚଳର ବୋଲି ଜଣାପଡ଼ିଛି। ଝିଅକୁ ଅପହରଣ କରାଯାଇଥିବା ନେଇ ସମ୍ପୃକ୍ତ ଯୁବତୀଙ୍କ ବାପା କିଛିଦିନ ପୂର୍ବେ ଗୋରୌଲ ଥାନାରେ FIR ରୁଜୁ କରିଥିଲେ। 

FIR ରୁଜୁ ପରେ ସମ୍ପୃକ୍ତ ଯୁବତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପ୍ରଥମେ GOT MARRIED... ଲେଖି ଷ୍ଟାଟସ୍‌ ଦେଇଥିଲେ। ଏହାପରେ ଭିଡିଓ ଓ ଫଟୋ ଛାଡ଼ି ନିଜକୁ ସାବାଳିକା କହିବା ସହ ବାପା ଟେନ୍‌ସନ୍‌ ଦେଉଥିବା ଅଭିଯୋଗ ଆଣିଥିଲେ। ଅପହରଣ ନେଇ FIR ରୁଜୁ ପରେ ଯୁବତୀ ଜଣକ ପୋଲିସ୍‌ର ସହାୟତା ଲୋଡ଼ିଛନ୍ତି। ତାଙ୍କୁ କେହି ଅପହରଣ କରି ନାହାନ୍ତି କି ସେ ଅପହରଣ ହୋଇ ନାହାନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଯୁବତୀ କହିଛନ୍ତି।

Advertisment

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଯୁବତୀଙ୍କ ସହ ଜଣେ ଯୁବକ ନଜର ଆସିଛନ୍ତି। ସେ ତାଙ୍କ ନିଜ ଇଚ୍ଛାନୁସାରେ ବିବାହ କରିବା ସହ ବହୁତ ଖୁସି ଅଛନ୍ତି ବୋଲି ଯୁବତୀ କହିଛନ୍ତି। ନିଜ ମନ ପସନ୍ଦର ପୁଅକୁ ସେ ବାହା ହୋଇଛନ୍ତି। ତେଣୁ ତାଙ୍କୁ ଅଯଥାରେ ଟେନ୍‌ସନ୍‌ ଦିଅନ୍ତୁ ନାହିଁ ବୋଲି ଯୁବତୀ ପରିବାର ଲୋକଙ୍କୁ ଗୁହାରି କରିଛନ୍ତି। 

ଭିଡିଓ ଭାଇରାଲ୍‌ ପରେ ଯୁବତୀ ଜଣକ କେଉଁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି। ତେବେ ଭାଇରାଲ୍‌ ଭିଡିଓରେ ଯୁବତୀ ଜଣକ ବଖାଣି ଥିବା କଥାର କେତେ ସତ୍ୟତା ଅଛି ସେନେଇ ପୋଲିସ୍‌ ତଦନ୍ତ ପରେ ଜଣାପଡ଼ିବ।

Advertisment
Bihar Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ